Only for Entertainment

ଡକାୟତ ଉପରେ ଆଧାରିତ ସୁଶାନ୍ତ ସିଂ ରାଜପୁତ ଏବଂ ଭୂମି ପେଡଣେକରଙ୍କ ଫିଲ୍ମ ‘ସୋନ ଚିଡିଆ’, ରିଲିଜ ହେଲା ଟିଜର ଦେଖନ୍ତୁ…

Zee News
34

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ ‘କେଦାରନାଥ’ ଆଜି ରିଲିଜ ହୋଇଥିବା ବେଳେ ଅନ୍ୟପକ୍ଷରେ ସୁଶାନ୍ତଙ୍କ ଆଗାମୀ ଫିଲ୍ମ ‘ସୋନଚିଡିଆ’ର ଟିଜର ଆଜି ଦର୍ଶକଙ୍କ ସାମ୍ନାକୁ ଆସିଛି । ନିର୍ଦ୍ଦେଶକ ଅଭିଷେକ ଚୌବେଙ୍କ ଏହି ଫିଲ୍ମ ଡକାୟତଙ୍କ ଜୀବନ ଉପରେ ଆଧାରିତ । ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ, ଭୂମି ପେଡଣେକର, ମନୋଜ ବାଜପେୟୀ, ଅରୁଣ ଶୋରୀ ଏବଂ ଆଶୁତୋଷ ରାଣାଙ୍କ ପରି କଳକାର ନଜର ଆସିବେ ।

ଫିଲ୍ମର ଟିଜରରେ ସବୁ କଳାକାରଙ୍କ ଚରିତ୍ରର ଝଲକ ଦେଖିବାକୁ ମିଳିଛି । ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ପ୍ରଥମ ଥର ପାଇଁ ଏକ ଡକାୟତ ଭୂମିକାରେ ନଜର ଆସିବେ । ଟିଜରରେ ସୁଶାନ୍ତ ଗୁଳି ଚଳାଉଥିବାର ଦେଖିବାକୁ ମିଳିଥିବା ବେଳେ ଆଶୁତୋଷ ରାଣାଙ୍କ ଚରିତ୍ର ଖୁବ ନକରାତ୍ମକ ଏବଂ କାଫି ଦମଦାର ରହିଛି ।

ଦେଖନ୍ତୁ ଟିଜର-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More