Only for Entertainment

ସୁଶାନ୍ତ ସିଂ ରାଜପୁତ ଏବଂ କୃତି ସାନନଙ୍କ ସମ୍ପର୍କରେ ଫାଟ ?

youtube
0 40

ବଲିଉଡର କିଛି ରୋମାଂଟିକ କପଲ ମଧ୍ୟରୁ ଗୋଟେ ନାଁ ହେଉଛି ସୁଶାନ୍ତ ସିଂ ରାଜପୁତ ଏବଂ କୃତି ସାନନ । ଯଦିଓ ଦୁହେଁ ନିଜ ନିଜ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ଦେଖା ସାକ୍ଷାତ ମଧ୍ୟ ହେବା ଏବେ ସମ୍ଭବପର ହୋଇପାରୁ ନାହିଁ । ମାତ୍ର ଏହାମଧ୍ୟରେ ଅନୁମାନ ଲଗାଯାଉଛି ଯେ ଦୁହିଁଙ୍କ ମଧ୍ୟ ବ୍ରେକଅପ ହୋଇଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଏବେ ଲଣ୍ଡନରେ ‘ହାଉସଫୁଲ୪’ରେ ସୁଟିଂରେ ବ୍ୟସ୍ତ ଅଛନ୍ତି କୃତି ସାନନ ଏବଂ ସୁଶାନ୍ତ ଜମଶେଦପୁରରେ ଆମେରିକାନ ଫିଲ୍ମ ‘ଦ ଫଲ୍ଟ ଇନ ଆୱାର ଷ୍ଟାର୍ସ’ର ବଲିଉଡ ରିମେକ ‘କିଜି ଔର ମେନି’ରେ ବ୍ୟସ୍ତ ଅଛନ୍ତି । ରିପୋର୍ଟ ମୁତାବକ ସୁଶାନ୍ତ ନିଜର ଧ୍ୟାନ ଅନ୍ୟ ସବୁରୁ ହଟାଇ ପୂରା ଧ୍ୟାନ ନିଜ କାମ ଉପରେ ଲଗାଇବା ପାଇଁ ଚାହାନ୍ତି । ଏଭଳି ଚର୍ଚ୍ଚା ରହିଛି କି ସୁଶାନ୍ତ ନିଜର ଅଭିନୟ ପାଇଁ ଖବର ରହିବାକୁ ଚାହାନ୍ତି, ନିଜର ସମ୍ପର୍କକୁ ନେଇ ନୁହେଁ ।

ଏଠାରେ ଆମେ କହି ରଖୁଛୁ ଯେ ସୁଶାନ୍ତ ଏବଂ କୃତିଙ୍କ ମଧ୍ୟ ଅଫେୟାର ଚର୍ଚ୍ଚା ‘ରାବ୍ତା’ସୁଟିଂରୁ ଆରମ୍ଭ ହୋଇଥିଲା ଏବଂ ଖବର ଏହା ଶୁଣିବାକୁ ମିଳିଥିଲା ଯେ ଦୁହିଁଙ୍କ ସମ୍ପର୍କ ପାଇଁ ସୁଶାନ୍ତ ଏବଂ ତାଙ୍କ ଲମ୍ବା ସମୟ ଧରି ରହିଥିବା ସମ୍ପର୍କ ଅଙ୍କିତା ଲୋଖଣ୍ଡେଙ୍କ ସହ ବିଚ୍ଛେଦ ହୋଇଯାଇଥିଲା । ମାତ୍ର ଏବେ ପର୍ଯ୍ୟନ୍ତ ସୁଶାନ୍ତ ଏବଂ କୃତି ନିଜର ସମ୍ପର୍କକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ଅଫିସିଆଲ ଅନାଉଂସମେଂଟ କରି ନଥିଲେ ଓ ଦୁହେଁ ଦୁହିଁଙ୍କୁ ଭଲ ବନ୍ଧୁ କହିବା ଶୁଣିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More