Only for Entertainment

ରିଲିଜ ହେଲା ଫିଲ୍ମ ‘ଛିଛୋରେ’ର ନୂଆ ଟ୍ରେଲର, ଦେଖିବାକୁ ମିଳିଲା ସୁଶାନ୍ତ ସିଂ-ବରୁଣ ଶର୍ମାଙ୍କ ମସ୍ତିଭରା ଅନ୍ଦାଜ

indiatoday
32

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ଛିଛୋରେର ଦ୍ୱିତୀୟ ଟ୍ରେଲରକୁ ମେକର୍ସ ରିଲିଜ କରିଛନ୍ତି । ଫିଲ୍ମର ଏହି ନୂଆ ଟ୍ରେଲରକୁ ଦେଖିଲେ ଆପଣଙ୍କ କଲେଜ ମେମୋରି ତାଜା ହୋଇଯିବ ।

ବନ୍ଧୁତା ଉପରେ ଆଧାରିତ ଏହି ଫିଲ୍ମର ନୂଆ ଟ୍ରେଲରରେ ସୁଶାନ୍ତ ସିଂ ରାଜପୁତ ଏବଂ ବରୁଣ ଶର୍ମା ମସ୍ତି କରୁଥିବାର ନଜର ଆସିଛନ୍ତି । ୧ମିନିଟ ଏବଂ ୫୬ ସେକେଣ୍ଡର ଏହି ଟ୍ରେଲରରେ ବୟେଜ ହେଷ୍ଟଲ ଲାଇଫ ଦେଖିବାକୁ ମିଳିଛି । ଏହି ନୂଆ ଟ୍ରେଲର ଦେଖିଲେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ ।

ଏହା ପୂର୍ବରୁ ଫିଲ୍ମ ‘ଛିଛୋରେ’ର ପ୍ରଥମ ଟ୍ରେଲର ମେକର୍ସ ରିଲିଜ କରିଥିଲେ । ଏହି ଟ୍ରେଲରରେ ଶ୍ରଦ୍ଧା କପୁର ଏବଂ ସୁଶାନ୍ତ ସିଂ ରାଜପୁତଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା । ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୬ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More