Only for Entertainment

ବକ୍ସ ଅଫିସରେ ଏତିକି କୋଟି ଆୟ କଲା ସୁଶାନ୍ତ ସିଂ-ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ‘ଛିଛୋରେ’, ଜିତିଲା ଦର୍ଶକଙ୍କ ହୃଦୟ

latestly
49

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ‘ଛିଛୋରେ’ ପ୍ରଥମଦିନରେ ୬ ରୁ ୮ କୋଟି ଆୟ କରିପାରିଛି । ଫିଲ୍ମରୁ ନେଇ ଦର୍ଶକ ଖୁବ ଉତ୍ସାହିତ ଥିବା ବେଳେ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି । ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ, ଶ୍ରଦ୍ଧା କପୁରଙ୍କ ସମେତ ବରୁଣ ଶର୍ମା, ତାହିର ରାଜ ଭସୀନଙ୍କ ପରି କଳାକାର ନଜର ଆସିଛନ୍ତି ।

ଫିଲ୍ମକୁ ମାତ୍ର ୧୨୦୦ ରୁ ୧୩୦୦ ସ୍କ୍ରିନ ମିଳିଥିବା ବେଳେ ଫିଲ୍ମ ୫ କୋଟିରୁ ଅଧିକ ବ୍ୟବସାୟ କରିବାରେ ସଫଳ ହୋଇଛି । ୱିକେଣ୍ଡରେ ଫିଲ୍ମର ଆୟ ବଢିବାରେ ବୋଲି ଫିଲ୍ମ କ୍ରିଟିକ୍ସ ଆଶା ରଖିଛନ୍ତି । କୁହାଯାଇଛି ଫିଲ୍ମ ରବିବାର ପର୍ଯ୍ୟନ୍ତ ୨୫ କୋଟି ଆୟ କରିପାରେ ।

ନିତେଶ ତିୱାରୀଙ୍କ ଏହି ଫିଲ୍ମକୁ ସମୀକ୍ଷକ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଏହା ସହିତ ଫିଲ୍ମରେ କଳାକାରମାନଙ୍କ ଅଭିନୟକୁ ମଧ୍ୟ ଖୁବ ପ୍ରଶଂସା ମିଳିଛି । କହିରଖୁଛୁ ଯେ, ନିତେଶ ତିୱାରୀଙ୍କ ଶେଷ ଫିଲ୍ମ ‘ଦଙ୍ଗଲ’ ପ୍ରଥମ ଦିନରେ ୨୯.୭୮ କୋଟି ଆୟ କରିଥିଲା । ଫିଲ୍ମ ୪୦୦୦ ସ୍କ୍ରିନ୍ସରେ ରିଲିଜ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More