Only for Entertainment

‘ଆଖେଁ-୨’ପରେ ସୁଶାନ୍ତଙ୍କ ହାତକୁ ଆସିଲା ଆଉ ଏକ ଫିଲ୍ମର ଅଫର ।

Headline24
0 52

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ନିଜ କ୍ୟାରିୟର ଶୀର୍ଷରେ ପହଁଚିଛନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମରେ କାମ କରିବାକୁ ତାଙ୍କୁ ଅଫର ପରେ ଅଫର ମିଳୁଛି । ୨୦୦୨ ମସିହାରେ ବିଗ ବି ଅଭିତାଭ ବଚ୍ଚନ, ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଆଖେଁ’ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ ହିଟ ହେବା ସହ ସିନେ ସମୀକ୍ଷଙ୍କ ପ୍ରଶଂସାର ପାତ୍ର ପାଲଟିଥିଲା । ତେବେ ସୂଚନା ଅନୁସାରେ ଖୁବ ଶୀଘ୍ର ‘ଆଖେଁ-୨’ର ସୁଟିଂ ଆରମ୍ଭ କରାଯିବ ବୋଲି ଶୁଣିବାକୁ ମିଳୁଛି । ଏଥିରେ ମୁଖ୍ୟ ଭୂମିକାରେ ଅମିତାଭଙ୍କ ସହ ନଜର ଆସିବେ ସୁଶାନ୍ତ ।

ଏହାସହ ସୁଶାନ୍ତଙ୍କୁ ଫିଲ୍ମ ‘ଅନ୍ଦାଜ ଅପନା ଅପନା ରିବୁଟ୍‍’ରେ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଏହାଛଡ଼ା ବର୍ତ୍ତମାନ ସୁଶାନ୍ତ ଫିଲ୍ମ ‘ସୋନଚିଡ଼ିଆ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଚଉବେ । ନାୟିକା ଭୂମିକାରେ ଭୂମି ପେଡେନେକର ନଜର ଆସିବେ । ଏମାନଙ୍କ ସହ ମନୋଜ ବାଜପେୟୀ ଓ ରଣବୀର ସୋରେଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏମାନେ ସମସ୍ତେ ଡାକୁ ଭୂମିକାରେ ଅଭିନୟ କରିବେ । ଆସନ୍ତା ଫେବୃଆରୀରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।

କିନ୍ତୁ ସୁଶାନ୍ତଙ୍କ ଫ୍ୟାନମାନଙ୍କ ପାଇଁ ସବୁଠୁ ବଡ ଖବର ହେଉଛି ତାଙ୍କ କ୍ୟାରିୟରର ସବୁଠୁ ବଡ ଫିଲ୍ମ ‘ଏମ.ଏସ ଧୋନୀ’ ଷ୍ଟୋରୀର ଦ୍ୱିତୀୟ ଭାଗ ମଧ୍ୟ ତିଆରି କରାଯିବ । ଏଥିରେ ମଧ୍ୟ ସୁଶାନ୍ତ ନଜର ଆସିବେ । ଏପରି ଫିଲ୍ମ ପାଇଁ ସୁଶାନ୍ତ କିପରି ପ୍ରସ୍ତୁତ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More