Only for Entertainment

୧୦୧ ବର୍ଷର ଜେଜେମାଙ୍କ ସହିତ ଝିଅର ଜନ୍ମଦିନ ପାଳନ କଲେ ସୁଷ୍ମିତା ସେନ୍ ।

indiatv
0 44

ପ୍ରଥମ ଭାରତୀୟ ବିଶ୍ୱ ସୁନ୍ଦରୀ ସୁଷ୍ମିତା ସେନ୍ କେବଳ ନିଜର ସୁନ୍ଦରତା ଏବଂ ଆତ୍ମବିଶ୍ୱାସ ପାଇଁ ପରିଚିତ ନୁହଁନ୍ତି ବରଂ ନିଜର ସୁନ୍ଦର ସୁନେଲି ହୃଦୟ ପାଇଁ ମଧ୍ୟ ବେଶ ଜଣାଶୁଣା । ପ୍ରଶଂସନୀୟ କାର୍ଯ୍ୟ ଏବଂ ସରଳତା ଯୋଗୁଁ ସେ ସମସ୍ତ କୋଣ ଅନୁକୋଣରେ ପ୍ରଶଂସିତ ହୋଇ ପାରିଛନ୍ତି । କିନ୍ତୁ ଏହିଥର ଭାରତୀୟ ସୁନ୍ଦରୀ ଅଭିନେତ୍ରୀ ସୁଷ୍ମିତା ସେନ୍ ତାଙ୍କ ଝିଅର ଜନ୍ମଦିନ ଜଣେ ୧୦୧ ବର୍ଷର ଜେଜେମାଙ୍କ ସହିତ ପାଳନ କରି ତାଙ୍କ ଫ୍ୟାନ୍ସ ମାନଙ୍କୁ ସରପ୍ରାଇଜ ଦେଇଛନ୍ତି ।

 

ସୁଷ୍ମିତା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ୧୦୧ ବର୍ଷର ମହିଳାଙ୍କ ନିକଟରେ ବସିଛନ୍ତି ଏବଂ ତାଙ୍କ ଝିଅ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ସେ ଲେଖିଛନ୍ତି ଏହା ମୋ ପାଇଁ ପ୍ରେମ ଏବଂ ଆଶୀର୍ବାଦ ଯାହା ମୋର ଅନ୍ତିମ ସମ୍ପଦ ଏବଂ ମୁଁ ଭାଗ୍ୟଶାଳୀ । ମୁଁ ଏହିଭଳି ଲୋକଙ୍କୁ ସାକ୍ଷାତ କରିବାକୁ ଚାହେଁ । ଏହା ସହିତ ତାଙ୍କୁ ସେଠାକୁ ନେଇଥିବାରୁ ସେ ପ୍ରୀତମଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ସୁଷ୍ମିତା ଜଣେ ଗର୍ବିତ ମା,ଯିଏ ରେନି ଏବଂ ଆଲିୟାଙ୍କୁ କୋଳେଇ ନେଇଛନ୍ତି । ତାଙ୍କ ଝିଅ ରେନୀ ୧୯ ବର୍ଷର ହୋଇ ସାରିଛନ୍ତି । ସୁଷ୍ମିତା ଇଂଷ୍ଟାଗ୍ରାମରେ ଫଟୋ ସେୟାର କରି ହାର୍ଟଫେଲ୍ଟ ମେସେଜ ଦେଇଛନ୍ତି ।ବହୁ ଦିନ ଧରି ପରଦାରୁ ଦୂରେଇ ଯାଇଥିବା ସୁଷ୍ମିତା ଖୁବଶୀଘ୍ର ବଡ଼ ପରଦାକୁ ଫେରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More