Only for Entertainment

ସୁସ୍ମିତା ସେନଙ୍କ ହିଟ ନମ୍ବର ‘ଦିଲବର’ର ରିମେକ, ଗୀତରେ ଦେଖିବାକୁ ମିଳିଲା ନେରା ଫତେହୀଙ୍କ ବେଲି ଡ୍ୟାନ୍ସ ।

Bollywood Celebrity News
0 107

ଜନ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ’ ୧୫ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ଲଂଚ କରାଯାଇଥିଲା । ଆକ୍ସନରେ ଭରପୁର ଫିଲ୍ମର ଏହି ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ନିକଟରେ ଫିଲ୍ମର ପ୍ରଥମ ଗୀତ ‘ଦିଲବର’ ରିଲିଜ ହୋଇଛି । ଏହି ଗୀତ ୧୯୯୦ ଦଶକର ଫିଲ୍ମ ‘ସିର୍ଫ ତୁମ’ର ସୁପହିଟ ଗୀତ ‘ଦିଲବର’ର ରିମେକ । ଦିଲବର ଗୀତର ଏହି ନୂଆ ଭର୍ସନରେ ନୋରା ଫତେହୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ଏହି ଗୀତକୁ ନେହା କକ୍କର, ଧବନି ଭାନୁଶାଳୀ ଏବଂ ଇକ୍କା ନିଜର ମ୍ୟାଜିକାଲ ଭଏସ ଦେଇଛନ୍ତି । ଗୀତକୁ ଶବୀର ଅହମଦ ଏବଂ ଇକ୍କା ଲେଖିଥିବା ବେଳେ ମ୍ୟୁଜିକ ଦେଇଛନ୍ତି ତନିଷ୍କ ବାଗଚୀ । ଏହି ଗୀତର ଓରିଜିନାଲ ଗୀତକୁ ଅଲକା ୟାଗନିକ ଗାଇଥିଲେ ।

ସୁସ୍ମିତାଙ୍କ ଏହି ହିନ ନମ୍ବରରେ ନୋରାଙ୍କୁ ବେଲି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ନୋରା ନିଜର ଡ୍ୟାନ୍ସ ସ୍କିଲ ପାଇଁ ବେଶ ପରିଚିତ । ତାଙ୍କର ଏହି ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

କହିରଖୁଛୁ ଯେ ଫିଲ୍ମ ‘ସତ୍ୟମେବ ଜୟତେ’ରେ ଜନ ଆବ୍ରାହମ ଏବଂ ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ଜନଙ୍କୁ ଏକ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିବ । ମିଲାପ ମିଲନ ଜାବେରୀ ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ପ୍ରଡକ୍ସନ ଦାୟିତ୍ୱରେ ଅଛନ୍ତି ମଧୁ ଭେଜବାନୀ, ମୋନିଷା ଆଡବାନୀ ଏବଂ ନିଖିଲ ଆଡଭାନୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More