Only for Entertainment

ପୁଲୱାମା ଆକ୍ରମଣ ପରେ ଫେକ ନ୍ୟୁଜକୁ ନେଇ ସୁଷ୍ମିତା ସେନଙ୍କ ଟ୍ୱିଟ ।

bollywood tadka
31

ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପ୍ରତିଶୋଧର ବହି୍ନ ଜଳୁଛି । ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନକୁ କଡ଼ା ଉତ୍ତର ଦେବାକୁ ଚାହୁଁଛି ରାଷ୍ଟ୍ର, କଥାରେ ନୁହେଁ କାମରେ । ସୋସିଆଲ ମଡିଆରେ କେହି ନା କେହି ଏହା ଉପରେ ନିଜର ମନ୍ତବ୍ୟ ଦେଉଛନ୍ତି । ଏହି ମଧ୍ୟରେ ଅଭିନେତ୍ରୀ ସୁଷ୍ମିତା ସେନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ସେ ଏହି ଆକ୍ରମଣକୁ କାପୁରଷତାର ଆଖ୍ୟା ଦେଇଛନ୍ତି ।

ଅନ୍ୟ ମାନଙ୍କ ଭଳି ସୁଷ୍ମିତା ମଧ୍ୟ ଏହାର ବିରୋଧ କରିଛନ୍ତି ଏବଂ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ଏହା ସହିତ ଲେଖିଛନ୍ତିଯେ ଭାରତୀୟମାନେ ଏବେ କିଛି ମୁସଲିମଙ୍କୁ ଦୁର୍ବ୍ୟବହାର କରୁଛନ୍ତି । କିଛି ଆତଙ୍କବାଦୀଙ୍କ ପାଇଁ ଆମେ ନିର୍ଦ୍ଦୋଷ ଷଳାକଙ୍କୁ ଦେଶରୁ ବାହାର କରିପାରିବା ନାହିଁ । ଏହି ସମୟରେ ଆମେ କିଛି ଫେକ ନ୍ୟୁଜ ଠାରୁ ଦୂରେଇ ରହିବା ଉଚିତ । ଏହି ସମୟରେ ଆମେ ଜଣେ ଅନ୍ୟ ଜଣକ ସାଙ୍ଗରେ ରହିବା ଉଚିତ । ଯାହାଦ୍ୱାରା କେହି ଆମକୁ ଭୁଆଁ ବୁଲାଇ ପାରିବେ ନାହିଁ ।

କହିରଖୁଛୁଯେ ପୁଲୱାମା ଆକ୍ରମଣ ପରେ ବଲିଉଡ ସେଲିବ୍ରେଟୀମାନେ ଆଗକୁ ହାତ ବଢାଉଛନ୍ତି । ଫିଲ୍ମ ଟୋଟାଲ ଧମାଲର ଟିମ ଶହୀଦଙ୍କ ପରବିାରକୁ ୫୦ ଲକ୍ଷର ସହାୟତା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଖବର ଟ୍ରେଣ୍ଡ ଆନାଲିଷ୍ଟ ତରନ ଆଦର୍ଶ ଏହି ବିଷୟରେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More