Only for Entertainment

ଯେତେବେଳେ ବଞ୍ଚିବା ପାଇଁ ପ୍ରତି ୮ଘଣ୍ଟାରେ ଷ୍ଟେରଏଡ୍‌ ନେବା ଆରମ୍ଭ କରିଥିଲେ ସୁସ୍ମିତା ସେନ୍‌

google
46

୨୦୧୪ରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା କେତେ ବିଗିଡ଼ି ଯାଇଥିଲା, ତାହା ଏକ ସାକ୍ଷାତକାରରେ ଜଣାଇଛନ୍ତି ଅଭିନେତ୍ରୀ । କିଭଳି ଭାବେ ତାଙ୍କୁ ନିଜକୁ ବଞ୍ଚାଇ ରଖିବା ପାଇଁ ଷ୍ଟେରଏଡ୍‌ର ଆବଶ୍ୟକତା ହେଉଥିଲା ସେ ବିଷୟରେ ସୁସ୍ମିତା ଜଣାଇଛନ୍ତି ।

ତାଙ୍କ କହିବା ଅନୁଯାୟୀ, ୨୦୧୪ରେ ମୁଁ ବେଙ୍ଗଲି ଫିଲ୍ମ ‘ନିର୍ବାକ’ର ସୁଟିଂ ଶେଷ କରିବା ପରେ ମୋତେ ହଠାତ୍‌ ଭୀଷଣ ଜ୍ୱର ହୋଇ ଯାଇଥିଲା । ପ୍ରଥମେ ମୋତେ କ’ଣ ହୋଇଛି ତାହା କେହି କହି ପାରି ନଥିଲେ । ଏହା ପରେ ମୁଁ ଦିନେ ହଠାତ୍‌ ଅଚେତ ହୋଇଯିବା ସହ ମୋତେ ଡ଼ାକ୍ତରଖାନା ନିଆଯାଇଥିଲା । ସେଠାରେ ବିଭିନ୍ନ ପ୍ରକାରର ପରୀକ୍ଷା କରାଯିବା ପରେ ମୋର ଆର୍ଡେନାଲ ଗ୍ଲାଣ୍ଡ କାର୍ଟିସୋଲ ତିଆରି କରିବା ବନ୍ଦ କରି ଦେଇଥିଲା ବୋଲି ଜଣା ପଡ଼ିଥିଲା ।

sushmita

ଏହା ପରେ ମୋତେ ଷ୍ଟେରୋଏଡ୍‌ ସାହାଯ୍ୟରେ ବାକି ଜୀବନ ବିତାଇବାକୁ ହେବ ବୋଲି କହିଥିଲେ ଡ଼ାକ୍ତର । ପ୍ରତି ୮ଘଣ୍ଟାରେ ମୋତେ ହାଇଡ୍ରୋକୋର୍ଟିସୋନ ନାମକ ଷ୍ଟେରୋଏଡ୍‌ ନେବାକୁ କୁହାଯାଇଥିଲା । କାରଣ ମୋ ଶରୀର ଏହାକୁ ତିଆରି କରିବାରେ ଅକ୍ଷମ ହୋଇ ଯାଇଥିଲା। ଏହାର ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମୁଁ ଅବସାଦଗ୍ରସ୍ତ ହୋଇ ଯାଇଥିଲି । ମୋ କେଶ ଝଡ଼ିବା ସହ ମୋର ଶରୀରରେ ଅନେକ ପରିବର୍ତ୍ତନ ଆସିଥିଲା । କିନ୍ତୁ ଏତେ ସବୁ ମଧ୍ୟରେ ମୁଁ ନିଜକୁ ଅଧିକ ଦୃଢ଼ କରିବା ସହ ଲଢ଼ିବାର ନିଷ୍ପତ୍ତି ନେଇଥିଲି । ଶେଷରେ ଅନେକ ଚିକିତ୍ସା ପରେ ଅକ୍ଟୋବର ୨୦୧୬ରେ ମୁଁ ଷ୍ଟେରଏଡ୍‌ ନେବା ବନ୍ଦ କରିଥିଲି ବୋଲି କହିଛନ୍ତି ସୁସ୍ମିତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More