Only for Entertainment

ସୁଷ୍ମିତା ସେନ ଝିଅ ରେନେଙ୍କ ସହ ଫଟୋ ସେୟାର କରି ଲେଖିଲେ ଇମୋସନାଲ ମେସେଜ !

insta
0 56

ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ମିସ ୟୁନିଭର୍ସ ହୋଇଥିବା ସୁଷ୍ମିତା ସେନ ନିଜ ଫିଟନେସକୁ ନେଇ ଆକ୍ଟିଭ ରୁହନ୍ତି । କେବଳ ଏତିକି ନୁହେଁ, ନିଜ ଝିଅର ଫିଟନେଓ ଉପରେ ମଧ୍ୟ ସୁଷ୍ମିତା ଧ୍ୟାନ ରଖନ୍ତି । ସୁଷ୍ମିତା ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ଝିଅସହ ଏକ୍ସରସାଇଜ କରୁ୍ଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଝିଅ ରେନେଙ୍କ ପାଇଁ ଆବେଗଭରା ମେସେଜ ମଧ୍ୟ ଲେଖିଛନ୍ତି । ଏହା ପୂର୍ବରୁ ଚାଲିବା ଠାରୁ ଏବେ ପର୍ଯ୍ୟନ୍ତ ତାଲିମ ଦେବା ଏକ ସୁନ୍ଦର ଯାତ୍ରା ବୋଲି ସୁଷ୍ମିତା ସେହି ପୋଷ୍ଟରେ ଲେଖିଛନ୍ତି ।

ପୂର୍ବ ମିସ ୟୁନିଭର୍ସ ସୁଷ୍ମିତା ସେନ ଫିଟନେସକୁ ନେଇ କେତେ ସତର୍କ ରୁହନ୍ତି , ତାହା କାହା ପାଖରେ ଅଛପା ହୋଇନାହିଁ । ତାଙ୍କର ଫିଟନେସକୁ ଦେଖି କହିପାରିବେ ନାହିଁ ଯେ ସୁଷ୍ମିତା ଏବେ ୪୨ବର୍ଷରେ ଅବତିର୍ଣ୍ଣ କଲେଣି ବୋଲି । ଏହି ବୟସରେ ଅନ୍ୟ ଅଭିନେତ୍ରୀ ମାନେ ନିଜର ଫିଟନେସ ଉପରେ ଧ୍ୟାନ କରିଦିଅନ୍ତି ମାତ୍ର ସୁଷ୍ମିତାଙ୍କ ପକ୍ଷେ ଏହା ଭିନ୍ନ ଅଟେ । ସେ ଫିଟନେସକୁ ନେଇ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More