Only for Entertainment

ଜନ୍ମଦିନରେ ବଏଫ୍ରେଣ୍ଡଙ୍କ ଛାତିରେ ଲୁଚିଲେ ସୁଷ୍ମିତା ସେନ,୧୫ ବର୍ଷ ସାନ ରୋମନ କହିଲେ, ମେରି ଜାନ ମେଁ ତୁମସେ……………

amarujala
34

ସୁଷ୍ମିତା ସେନ ଆଜି ତାଙ୍କ ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି ।ଏହା ସହିତ ସେ ତାଙ୍କ ରିଲେସନସିପକୁ ନେଇ ଚର୍ଚ୍ଚାରେ ଅଛନ୍ତି ।ସୁଷ୍ମିତା ଏବେ ତାଙ୍କ ଠାରୁ ୧୫ ବର୍ଷ କମ ବୟସ୍କ ମଡେଲ ରୋମନ ଶଲଙ୍କୁ ଡେଟ କରୁଛନ୍ତି ।ଦୁଇ ଜଣ ରିଲେସନରେ ରହିବାର ୨ ମାସ ହୋଇଯାଇଛି ।ଏମାନଙ୍କ ସାକ୍ଷାତ ଏକ ଫ୍ୟାଶନ ଇଭେଂଟରେ ହୋଇଥିଲା ।ଦୁଇ ଜଣ ଅଧିକାଂଶ ସମୟ ଡେଟରେ ଯାଇଥିବା ସମୟରେ ସ୍ପଟ ହୋଇଥାନ୍ତି ।ରୋମନ ସୁଷ୍ମିତାଙ୍କ ଦୁଇ ଝିଅଙ୍କ ସହିତ ମଧ୍ୟ ଖୁବ ନିବିଡ଼ ।ନିକଟରେ ସୁଷ୍ମିତା ଓ ତାଙ୍କ ଦୁଇ ଝିଅଙ୍କ ସହିତ ରୋମନଙ୍କୁ ସ୍ପଟ କରାଯାଇଥିଲା ।ଯାହାର ଏକ ରୋମାଂଟିକ ଫଟୋ ସାମ୍ନାକୁ ଆସିଥିଲା ଏବଂ ଫ୍ୟାନ୍ସ ତାହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ ।

ନିକଟରେ ପୁଣି ଏକ ଫଟୋ ସାମ୍ନାକୁ ଆସିଛି,ଯେଉଁଥିରେ ସୁଷ୍ମିତା ରୋମନଙ୍କ ଛାତିରେ ମୁହଁ ଲୁଚାଇଥିବା ଏବଂ ରୋମନ ସୁଷ୍ମିତାଙ୍କୁ କିସ କରୁଥିବାର ଦେଖିବାକୁ ମିଳିଛି ।ଏହି ଫଟୋକୁ ରୋମନ ତାଙ୍କ ଇଂଷ୍ଟା ଆକାଉଂଟରେ ଶେୟାର କରିଛନ୍ତି ।ଫଟୋରେ ରୋମନ ଏଭଳି କ୍ୟାପ୍ସନ ଲେଖିଛନ୍ତିଯେ ତାଙ୍କ ପ୍ରେମ ସମସ୍ତଙ୍କ ସାମ୍ନାକୁ ଖୋଲାଖୋଲି ଭାବରେ ଆସିଯାଇଛି ।

ଏପର୍ଯ୍ୟନ୍ତ ଦୁଇ ଜଣ ସଂପର୍କର ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି ।ରୋମନ କ୍ୟାପ୍ସନରେ ଲେଖିଛନ୍ତି, ‘ହାପି ବର୍ଥଡେ ମେରି ଜାନ’ ।ମୁଁ ଏଭଳି ଏକ ମଣିଷ ଯିଏ ଶବ୍ଦର ଚୟନ ଖୁବ ଭାବିଚିନ୍ତି କରେ ।ତୁମ ପାଇଁ ଏହି ବର୍ଷ ଖୁବ ସୁନ୍ଦର ହେଉ । ମୁଁ ତୁମକୁ ସବୁବେଳେ ଭଲପାଇବି ।ତେବେ ଏହି କ୍ୟାପ୍ସନରେ ସେ ଜଣାଇ ସାରିଛନ୍ତିଯେ ସେ ସୁଷ୍ମିତାଙ୍କ ସହିତ ରିଲେସନରେ ଅଛନ୍ତି ।ଖବର ଅନୁସାରେ ଦୁଇ ଜଣ ଖୁବଶୀଘ୍ର ବିବାହ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More