Only for Entertainment

ଗାଈମାନଙ୍କୁ ତାମିଲ ଓ ସଂସ୍କୃତରେ କଥା କୁହାଇବେ ବୋଲି ଦାବି କଲେ ବିବାଦୀୟ ବାବା ନିତ୍ୟାନନ୍ଦ; ଭିଡିଓ ହେଲା ଭାଇରାଲ

MicTv
0 33

ଅତୀତରେ ଅଭିନେତ୍ରୀ ରଞ୍ଜିତାଙ୍କ ସହ ଯୌନ କେଳେଙ୍କାରୀକୁ ନେଇ ବିବାଦୀୟ ହୋଇ ପଡ଼ିଥିବା ଆତ୍ମଘୋଷିତ (ଭଗବାନ୍‌) ଆଧ୍ୟାତ୍ମିକ ଗୁରୁ ନିତ୍ୟାନନ୍ଦଙ୍କୁ ନେଇ ଏବେ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ, ଏଥରକ ନିତ୍ୟାନନ୍ଦ ତାଙ୍କର କୌଣସି କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ନାହାନ୍ତି; ବରଂ ଏକ ଅସମ୍ଭବକୁ ସମ୍ଭବ କରାଇ ପାରିବେ ବୋଲି ଦାବି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିତ୍ୟାନନ୍ଦ ଦାବି କରି କହିଛନ୍ତି ଯେ ସେ ତାଙ୍କ ଶକ୍ତି ଓ ସାଧନାକୁ ପ୍ରୟୋଗ କରାଇ ଗାଈକୁ ମଣିଷ ପରି କଥା କୁହାଇ ପାରିବେ। ଗାଈମାନେ ଖାଲି କଥା କହିବେ ନାହିଁ; ବରଂ ଶୁଦ୍ଧ ସଂସ୍କୃତ ଓ ତାମିଲରେ ଲୋକମାନଙ୍କ ସହ ବାର୍ତ୍ତାଳାପ କରିବା ସହ ଭାବର ଆଦାନ ପ୍ରଦାନ କରିବେ। ଗୁରୁ ନିତ୍ୟାନନ୍ଦଙ୍କର ଏହି ଦାବି ସମ୍ବଳିତ ଏକ ଭିଡିଓ ଟୁଇଟରରେ ପୋଷ୍ଟ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି।


ଟୁଇଟରରେ ପୋଷ୍ଟ ହୋଇଥିବା ଭିଡିଓରେ ବାବା ନିତ୍ୟାନନ୍ଦ ଦାବି କରି କହିଛନ୍ତି ଯେ, ନିଜ ଶକ୍ତିର ପ୍ରୟୋଗ କରି ପଶୁମାନଙ୍କୁ ମାତ୍ରାତିରିକ୍ତ ସଚେତନା କରାଇ ସେମାନଙ୍କ କଣ୍ଠରେ ପରିବର୍ତ୍ତନ ଆଣି ଏହି ଅସମ୍ଭବକୁ ସମ୍ଭବ କରାଇ ପାରିବେ। ଏବଂ ଯାହାକି ବିଜ୍ଞାନ ସମ୍ମତ୍ତ ବୋଲି ଦାବି କରିଛନ୍ତି ନିତ୍ୟାନନ୍ଦ। ଖାଲି ଗାଈ ନୁହେଁ ସେ ତାଙ୍କ ଶକ୍ତିକୁ ପ୍ରୟୋଗ କରି ଯଦି ଚାହିଁବେ ତେବେ, ମାଙ୍କଡ଼, ବାଘ, ସିଂହ ସମସ୍ତଙ୍କୁ ମଣିଷ ପରି କଥା କୁହାଇ ପାରିବେ। ସେ ବର୍ତ୍ତମାନ ଏ ସଂପର୍କରେ ଅଧିକତର ପରୀକ୍ଷା ନୀରିକ୍ଷା ଚଳାଇଛନ୍ତି ଏବଂ ଆଗାମୀ ବର୍ଷକ ମଧ୍ୟରେ ଏହି ଅସମ୍ଭବକୁ ସମ୍ଭବ କରାଇ ବିଶ୍ୱକୁ ଦେଖାଇଦେବେ ବୋଲି ଦାବି କରିଛନ୍ତି ନିତ୍ୟାନନ୍ଦ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More