Only for Entertainment

ସାମ୍ନାକୁ ଆସିଲା ସ୍ୱରା ଭାସ୍କର-ଦିବ୍ୟା ଦତ୍ତାଙ୍କ ଫିଲ୍ମ ‘ଶୀର କୋରମା’ର ପ୍ରଥମ ପୋଷ୍ଟର, ସାମଲିଙ୍ଗୀ ସମ୍ପର୍କକୁ ନେଇ ଆଧାରିତ ଫିଲ୍ମ

Hindi News - India TV
55

ବଲିଉଡ୍‍ ଅଭିନେତ୍ରୀ ସ୍ୱରା ଭାସ୍କର-ଦିବ୍ୟା ଦତ୍ତାଙ୍କ ଆଗାମୀ ଫିଲ୍ମ ‘ଶୀର କୋରମା’ର ପ୍ରଥମ ପୋଷ୍ଟର ନିକଟରେ ରିଲିଜ ହୋଇଯାଇଛି । ସ୍ୱରା ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟର ଏବଂ ଇନ୍‍ଷ୍ଟାଗ୍ରାମରେ ଏହାର ପୋଷ୍ଟର ସେୟାର କରିଛନ୍ତି । ‘ଶୀର କୋରମା’ରେ ସ୍ୱରା ଭାସ୍କର ଜଣେ ମୁସ୍‍ଲିମ୍‍ ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ଯାହାର ଏକ ଛୋଟ ଝଲକ୍‍କୁ ଆପଣମାନେ ଫିଲ୍ମଟିର ପୋଷ୍ଟରରେ ଦେଖିବାକୁ ପାଇବେ । ଏହି ପୋଷ୍ଟରରେ ସ୍ୱାରାଙ୍କ ସହିତ ଦିବ୍ୟା ଦତ୍ତା ମଧ୍ୟ ନଜର ଆସୁଛନ୍ତି ।

ସମଲିଙ୍ଗ ପ୍ରେମ କାହାଣୀକୁ ନେଇ ଆଧାରିତ ‘ଶୀର କୋରମା’ର ଫାଷ୍ଟ୍‍ ପୋଷ୍ଟରରେ ସ୍ୱରା ଭାସ୍କର ଏବଂ ଦିବ୍ୟା ଦତ୍ତାଙ୍କୁ ହିଜାବ ପିନ୍ଧିବା ସହ ଉଭୟେ ଉଭୟଙ୍କ ହାତ ଧରାଧରି ହୋଇଥିବା ଦେଖିବାକୁ ମିଳୁଛି । ଉଭୟଙ୍କ ହାତରେ ମେହେନ୍ଦୀ ଲଗାଇଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି । ଦୁଇ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ କାହାଣୀଟି ପର୍ଯ୍ୟବେସିତ ଅଟେ ।

 

ଏହି ପୋଷ୍ଟରଟି ସୋସିଆଲ ମିଡ଼ିଆରେ ସେୟାର ହେବା କ୍ଷଣି ଭାଇରାଲ ହୋଇଯାଇଛି । ଦୁହିଁଙ୍କ ଲୁକ ଲୋକଙ୍କୁ ବହୁତ୍‍ ପସନ୍ଦ ମଧ୍ୟ ଆସିଛି । ଫିଲ୍ମର ପୋଷ୍ଟର ଆଉଟ୍‍ ହେବା ପରେ ଏଭଳି ଭିନ୍ନ କାହାଣୀକୁ ନେଇ ନିର୍ମାଣ ହୋଇଥିବା  ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସୁକତା ଦେଖିବାକୁ ମିଳିଛି ।

ଫରାଜ ଆରିଫ୍‍ ଅନ୍‍ସାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ଶବାନା ଆଜମୀଙ୍କୁ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକେ । ଫିଲ୍ମଟିରେ ସ୍ୱରା ଏବଂ ଦିବ୍ୟାଙ୍କ ବ୍ୟତୀତ ବରିଷ୍ଠ ଅଭିନେତ୍ରୀ ସୁରେଖା ସିକ୍‍ରୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟିର ରିଲିଜ୍‍ ଡେଟ୍‍ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନଥିବା ଜଣାପଡ଼ିଛି । ଫିଲ୍ମର କାହାଣୀ ଅନୁଯାୟୀ ଶୀର- କୋରମା ଏକ ଏଭଳି ମହିଳାଙ୍କ କାହାଣୀ ଅଟେ, ଯେଉଁଥିରେ କି ସେମାନେ ନିଜ ପରିବାର ସହ ସମ୍ପର୍କ, ପରିଚୟ ଏବଂ ସ୍ୱୀକୃତିର ଭାବନାର ସନ୍ଧାନ କରୁଥିବା ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More