Only for Entertainment

ମୋଦିଙ୍କୁ କଟାକ୍ଷ କରି ଟ୍ରୋଲ ହେଲେ ସ୍ୱରା ଭାସ୍କର, ୟୁଜର କହିଲେ ଇଶ୍ୱର ତୁମକୁ…

WikiFamous
56

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ । ୨୬ ଫେବୃଆରୀରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି । ଏହି ପୂରା ମିଶନ ପ୍ରଧାନମନ୍ତ୍ର୍ରୀ ମୋଦିଙ୍କ ଉପସ୍ଥିତିରେ ହୋଇଥିଲା । ଏହି ଖବର ଆସିବା ପରେ ଅଭିନେତ୍ରୀ ସ୍ୱରା ଭାସ୍କର ପିଏମ ମୋଦିଙ୍କୁ ନେଇ ଏକ କଟାକ୍ଷ ଭରା ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ ପରେ ସ୍ୱରାଙ୍କୁ ଖୁବ ଟ୍ରୋଲ କରାଯାଉଛି ।

ଅସଲରେ ସ୍ୱରା ଟ୍ୱିଟ କରି ଲେଖିଥିଲେ, ଏହା କାମର ଅଂଶ ନା ? ନା ଏହା ପାଇଁ ଅଲଗା ନମ୍ବର ମିଳିବା ଦରକାର ? ସ୍ୱରାଙ୍କ ଏହି ଟ୍ୱିଟ ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଖୁବ ଟ୍ରୋଲ କରିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, ଆପଣ ୧୮ ଘଣ୍ଟା କରମ କର କି ? ନା କାରଣ ଆପଣଙ୍କ ପାଖରେ କାମ ନାହିଁ । ଅନ୍ୟ ଜଣେ ୟୁଜର ଲେଖିଥିଲେ, ରାଜନୈତିକ ପ୍ରତିଦ୍ୱନ୍ଦିତା ଦେଶରେ କେବେ ଠାରୁ ପଛରେ ଛାଡି ହୋଇସାରିଛି । ଇଶ୍ୱର ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । କହିରଖୁଛୁ ଯେ, ପୁଲୱାମା ଆକ୍ରମଣ ପରେ ଅନେକ ବଲିଉଡ କଳାକାର ସହିଦଙ୍କ ପରିବାରୁ ସାହଯ୍ୟ କରିଛନ୍ତି । ଏପରିକି ପୂରା ବଲିଉଡ ପାକିସ୍ତାନ କଳକାରଙ୍କୁ ବ୍ୟାନ କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More