Only for Entertainment

ଏଟିଏମ ଫ୍ରଡର ଶିକାର ହେଲେ ଏହି ଟିଭି ଅଭିନେତା, ମୁମ୍ବାଇ ପୋଲିସରେ କଲେ ଅଭିଯୋଗ

Social Telecast
46

ଅନଲାଇନ ପେମେଣ୍ଟ ଦ୍ୱାରା ଜବନ ସହଜ ହୋଇଯାଇଛି ସତ କିନ୍ତୁ ଟେକ୍ନୋଲୋଜିର ଏହି ଦୁନିଆରେ ଠକାମୀ ମଧ୍ୟ ଖୁବ ବଢି ଯାଇଛି । ଏହି ଲିଷ୍ଟରେ ଏବେ ଧାରାବାହିକ ସ୍ୱରାଗିନୀ ଫେମ ଅଭିନେତା ନମିଶ ତନେଜାଙ୍କ ନାମ ସାମିଲ ହୋଇଛି । ଏହି ଟିଭି ଅଭିନେତା ଏଟିଏମ ଫ୍ରଡର ଶିକାର ହୋଇଛନ୍ତି ଏବଂ ତାଙ୍କ ଆକାଉଣ୍ଟର ୫୦ ହଜାର ଟଙ୍କା ଉଠାଯାଇଛି । ଏହା ବିଷୟରେ ଜାଣିବା ପରେ ନମିଶ ତୁରନ୍ତ ଅମ୍ବୋଲୀ ପୋଲିସ ଷ୍ଟେସନରେ ଅଭିଯୋଗ ରୁଜୁ କରିଛନ୍ତି ।

ନମିଶଙ୍କ କହିବା ଅନୁସାରେ ତାଙ୍କ ଆକାଉଣ୍ଟରୁ ୧୦- ୧୦ ହଜାର ବାହାର କରାଯାଇଥିବାର ୫ଟି ମେସେଜ ଆସିଥିଲା । ସେହି ସମୟରେ ସେ ଫିଲ୍ମ ଦେଖିବା ପାଇଁ ଯାଇଥିଲେ । ଏହା ସହିତ ସେହି ସମୟରେ ଅଜଣା ନମ୍ବରରୁ ଅନେକ କଲ ମଧ୍ୟ ଆସିଥିଲା । ନମିଶ ସେହି ନମ୍ବରକୁ ପରେ କଲବ୍ୟାକ କରିବା ପରେ ବ୍ୟାଙ୍କ ଅଧିକାରୀ ତାଙ୍କୁ ଡେବିଟ କାର୍ଡ ବ୍ଲକ କରିବା ପାଇଁ ସୂଚନା ଦେଇଥିଲେ କାରଣ ତାଙ୍କ ଆକାଉଣ୍ଟ ଫ୍ରଡର ଶିକାର ହୋଇଥିଲା । ଏହା ପରେ ସେ ଜାଣି ଆଶ୍ୱସ୍ଥି ପାଇଥିଲେ ଯେ ବ୍ୟାଙ୍କର ଦାୟିତ୍ୱଦୀନ ପାଇଁ ଏହା ହୋଇଥିଲା ଏବଂ ଏହି ଟଙ୍କା ବ୍ୟାଙ୍କକୁ ଭରିବାକୁ ପଡିବ ।

କହିରଖୁଛୁ ଯେ, ନିମଶ ଛୋଟ ପରଦାର ଜଣେ ଜଣା ଶୁଣା ଅଭିନେତା । ସେ ‘ମେଁ ମାଇକେ ଚଲି ଜାଉଙ୍ଗି ତୁମ ଦେଖତେ ରହିୟୋ’, ‘ଇକ୍ୟାବନ’ ଏବଂ ‘ପ୍ୟାର ତୁନେ କ୍ୟା କିଆ’ ଭଳି ସିରିଏଲରେ କାମ କରିଛନ୍ତି । ଏବେ ନମିଶଙ୍କ ନୂଆ ଶୋ’ ‘ବିଦ୍ୟା’ ଖୁବ ଶୀଘ୍ର ଅନ ଏୟାର ହେବାକୁ ଯାଉଛି । ନମିଶଙ୍କୁ ଧାରାବାହିକ ‘ସ୍ୱରାଗିନୀ’ରୁ ପରିଚୟ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More