Only for Entertainment

ରିଲିଜ୍ ହେଲା ଆଗାମୀ ଓଲିଉଡ୍ ରୋମାଂଟିକ୍ – କମେଡି ଚଳଚ୍ଚିତ୍ର ‘ଲଭ୍ ଏକ୍ସପ୍ରେସ’ର ପ୍ରଥମ ଟ୍ରେଲର୍ ।

you tube
29

ପୁଣି ଜମିବ ସ୍ୱରାଜ ଓ ସନମୀରାଙ୍କ ଅନସ୍କ୍ରିନ ରୋମାନ୍ସ । ଯାହା ସ୍ଥାନ ପାଇବ ଆଗାମୀ ଓଲିଉଡ୍ ମୁଭି ଲଭ୍ ଏକ୍ସପ୍ରେସରେ । ଓଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ଲଭ୍ ଏକ୍ସପ୍ରେସ’ର ପ୍ରଥମ ଟ୍ରେଲର୍ ଏବେ ରିଲିଜ୍ ହୋଇଛି । ଫିଲ୍ମରେ ଦ୍ୱିତୀୟ ଥର ପାଇଁ ପରଦାରୋ ରୋମାନ୍ସ କରିବାରେ ନଜର ଆସିବେ ସ୍ୱରାଜ୍ ଓ ସନମୀରା । ୩ ମିନିଟ୍ ୧୮ ସେକେଣ୍ଡର ରିଲିଜ୍ ହୋଇଥିବା ଏହି ଟ୍ରେଲରରେ ଦେଖିବାକୁ ମିଳିଛି କିଛି କମେଡି ଆଉ ଆକ୍ସନ୍ ତା ସହ ରୋମାନ୍ସର ଝଲକ୍ । କିଭଳି ପ୍ରଥମେ ଫାଇଟ୍ ଆଉ ତାପରେ ପ୍ୟାର୍ ମୋହବତର ରିସ୍ତା ଆରମ୍ଭ ହେଉଛି ନାୟକ – ନାୟିକାଙ୍କ ଭିତରେ ତାହାର କିଛି କିଛି ଦୃଶ୍ୟ ସ୍ଥାନ ପାଇଛି ଏହି ଟ୍ରେଲରରେ ।

ସାର୍ଥକ ମ୍ୟୁଜିକ୍ ଓ ସିଦ୍ଧାର୍ଥ ଟିଭି ଦ୍ୱାରା ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ଲଭ୍ ଏକ୍ସପ୍ରେସ୍ର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ୍ ଏବଂ କାର୍ଯ୍ୟକାରୀ ପ୍ରଯୋଜନା ଭାର ତୁଲାଉଛନ୍ତି ସଚିକାନ୍ତ ଜେନା । ଏହି ଆକ୍ସନ୍ ରୋମାଂଟିକ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ତୁଲାଇଛନ୍ତି ରମେଶ ରାଉତ । ଏହି ରୋମାଂଟିକ୍ ଚଳଚ୍ଚିତ୍ରରେ ସଙ୍ଗୀତକୁ ବି ବେଶ ପ୍ରାଧାନ୍ୟ ଦିଆ ଯାଇଛି । ବୈଦନାଥ ଦାସଙ୍କ ସଙ୍ଗୀତରେ ମନଛୁଆଁ ଗୀତ ସବୁ ସ୍ଥାନ ପାଇଛି ଏହି ସିନେମାରେ । ଏହି ଚଳଚ୍ଚିତ୍ରରେ ସ୍ୱରାଜ, ସନମୀରାଙ୍କ ବ୍ୟତୀତ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିବେ ବବି ମିଶ୍ରଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଲଭ୍ ଏକ୍ସପ୍ରେସ୍ର ସୁଟିଂ ଏଡିଟିଂ ଶେଷ ହୋଇଥିବାବେଳେ, ଏବେ ରିଲିଜ୍ ଅପେକ୍ଷାରେ ରହିଛି । ୨୮ ଡିସେମ୍ବରରେ ପରଦାକୁ ଆସିବ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More