ଆଜି ହିଁ ଘରେ ଟ୍ରାଏ କରନ୍ତୁ ସ୍ୱିଟ ପଟାଟୋ ଚିପ୍ସ
ସାମଗ୍ରୀ-
୨ଟି କନ୍ଦମୂଳ, ୧ ଚିମୁଟା ଗୋଲମରିଚ ଗୁଣ୍ଡ, ୧ ଚିମୁଟା ଲଙ୍କା ଗୁଣ୍ଡ, ୨ ଟେବଲସ୍ପୁନ୍ ରିଫାଇନ୍ ତେଲ, ଆବଶ୍ୟକ ଅନୁସାରେ ଲୁଣ, ୨ ଚିମୁଟା ରସୁଣ ପାଉଡର, ୧ ଚିମୁଟା ଜିରା ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ-
ଏହି ସ୍ବାସ୍ଥ୍ୟକର ଘରେ ତିଆରି କରିବା ଲାଗି ପ୍ରଥମେ ଓଭାନ୍କୁ ୨୫୦ ଡିଗ୍ରୀ ଫାରେନହାଇଟ୍ରେ ପ୍ରିହିଟ୍ କରି ଦିଅନ୍ତୁ। କନ୍ଦମୂଳକୁ ଧୋଇ ପୋଛି ଦିଅନ୍ତୁ ଓ ଏହାର ଚୋପା ଛଡ଼ାଇ ଦିଅନ୍ତୁ। ଯଥାସମ୍ଭବ ଏହାକୁ ପତଳା ଭାବେ କାଟନ୍ତୁ। ଏହାର ସାଇଜ୍ ଏକା ଭଳି ହେବାକୁ ଚେଷ୍ଟା କରନ୍ତୁ। ଏବେ ଏକ ପାତ୍ରରେ ଲୁଣ, ଗୋଲମରିଚ ଗୁଣ୍ଡ, ରସୁଣ ପାଉଡର, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ସହିତ ରିଭାଇନ୍ ତେଲ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ମିଶାନ୍ତୁ, ଯାହା ଫଳରେ କନ୍ଦମୂଳ ଭଲ ଭାବେ କୋଟ୍ କରାଯାଇପାରିବ। କନ୍ଦମୂଳକୁ ଏହି ମିଶ୍ରଣରେ ପକାନ୍ତୁ। ଧ୍ୟାନ ରଖନ୍ତୁ କନ୍ଦମୂଳ ଯେପରି ଭଲ ଭାବେ ମିଶ୍ରଣରେ ଗୁଡ଼ାଇ ହୋଇପାରିବ। ଏବେ ବେକିଂ ଟ୍ରେରେ ଭଲ ଭାବେ ଫଏଲ୍ ପେପର ପକାନ୍ତୁ ଓ ଏଥିରେ କୋଟ୍ କରି ରଖାଯାଇଥିବା କନ୍ଦମୂଳକୁ ରଖନ୍ତୁ। ଏବେ ଏହି ବେକିଂ ଟ୍ରେକୁ ପ୍ରିହିଟ୍ ଓଭାନ୍ରେ ରଖି ୨୦୦ ଡିଗ୍ରୀ ସେଲ୍ସିୟସ୍ରେ ୬ରୁ ୮ ମିନିଟ୍ ଯାଏ ଗୋଲ୍ଡେନ୍ ବ୍ରାଉନ୍ ତଥା କ୍ରିସ୍ପି ହେବା ଯାଏ ରଖନ୍ତୁ। ସ୍ବିଟ୍ ପଟାଟୋ ଚିପ୍ସ ଭଲ ଭାବେ ଫ୍ରାଏ ହୋଇଗଲା ପରେ ବେକିଂ ଟ୍ରେକୁ ଓଭନରୁ ବାହାର କରନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ବିଟ୍ ପଟାଟୋ ଚିପ୍ସ। ସର୍ଭିଂ ବୋଲ୍ରେ ବାହାର କରି ମନ ପସନ୍ଦର ଚଟଣୀ ସହିତ ପରଷନ୍ତୁ।