Only for Entertainment

କଲ୍ୟାଣ ଜୁଏଲର୍ସ ବିଜ୍ଞାପନରେ ଝିଅ ଶ୍ୱେତାଙ୍କ ସହିତ ପ୍ରଥମ ଥର ନଜର ଆସିବେ ବିଗ ବି ଅମିତାଭ ବଚ୍ଚନ ।

0 54

ବଲିଉଡ ଆକ୍ଟର ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଆଜି ପର୍ଯ୍ୟନ୍ତ ବଲିଉଡରେ କେବେ ମଧ୍ୟ ନଜର ଆସିନାହାଁନ୍ତି । କିନ୍ତୁ ଖୁବ ଶୀଘ୍ର ସେ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ବାସ୍ତବରେ ସେ ପ୍ରଥମ ଥର କଲ୍ୟାଣ ଜୁଏଲର୍ସର ଏକ ବିଜ୍ଞାପନରେ ନଜର ଆସିବେ ।

ଏହି ବିଜ୍ଞାପନରେ ସେ ତାଙ୍କ ବାପା ଅମିତାଭଙ୍କ ସହିତ ନଜର ଆସିବେ । ଦୁଇଜଣ ଏହି ବିଜ୍ଞାପନର ସୁଟିଂ ଶେଷ କରି ସାରିଛନ୍ତି । ଶ୍ୱେତା ଏହି ବିଜ୍ଞାପନରେ ସାଲ୍ୱାର ସୁଟରେ ନଜର ଆସିବେ । ଏହି ବିଜ୍ଞାପନ ଜୁଲାଇରେ ପ୍ରସାରିତ ହେବ ।

 


ଏହି ବିଜ୍ଞାପନ ମଲୟାଲାମ ଭାଷାରେ ନିର୍ମାଣ ହୋଇଛି । ଏହା ସହିତ ଶ୍ୱେତା ତାଙ୍କ ଅପକମିଂ ବୁକ ବିଷୟରେ ମଧ୍ୟ ଘୋଷଣା କରି ସାରିଛନ୍ତି । ତେବେ ୨୦୧୨ ଠାରୁ ଅମିତାଭ କଲ୍ୟାଣ ଜ୍ୱେଲର୍ସର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସେଡର ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More