Only for Entertainment

ପ୍ରତି ମିନିଟରେ ସ୍ୱିଗିରେ ଅର୍ଡର ହେଉଛି ୯୫ ବିରିୟାନୀ!

Sify
81

ଭାରତୀୟମାନେ ଅନଲାଇନରେ ଯେଉଁ ଖାଇବା ମଗାଉଛନ୍ତି ତା ଭିତରୁ ଅଧିକ ରହିଛି ବିରିୟାନୀ। ସେହିପରି ଦିନକୁ ଦିନ ଅନଲାଇନ ମାଧ୍ୟମରେ ଖେଚୁଡି ମଗାଇବାର ଚାହିଦା ମଧ୍ୟ ବଢିବାରେ ଲାଗିଛି। ଅନଲାଇନ୍‍ ଫୁଡ୍‍ ଡେଲିଭରି ପ୍ଳାଟଫର୍ମ ସ୍ୱିଗି ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମ ଆପ୍‍ ମାଧ୍ୟମରେ ଭାରତୀୟ ୟୁଜର୍ସ ପ୍ରତି ମିନିଟରେ ୯୫ବିରିୟାନୀ ଅର୍ଡର କରୁଛନ୍ତି।

ଅର୍ଥାତ୍‍ ପ୍ରତି ସେକେଣ୍ଡରେ ୧.୬ବିରିୟାନୀ ଅର୍ଡର ହେଉଛି । ଭାରତୀୟ ଲୋକଙ୍କ ଖାଦ୍ୟ ଓ ପାନୀୟ ନେଇ ପ୍ରସ୍ତୁତ କମ୍ପାନୀ ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ ସ୍ୱିଗି ଆପ୍‍ ବ୍ୟବହାର କରୁଥିବା ବିରିୟାନୀ ଅର୍ଡର କରୁଥିଲାବେଳେ ଖେଚୁଡି ଅର୍ଡର ମଧ୍ୟ ବଢୁଛି । ଅର୍ଡର ତାଲିକାରେ କ୍ରମାଗତ ୩ୟ ବର୍ଷ ପାଇଁ ବିରିୟାନୀ ଟପରେ ଥିଲାବେଳେ ଖେଚୁଡିର ଅର୍ଡରରେ ୧୨୮ପ୍ରତିଶତର ବୃଦ୍ଧି ଘଟିଛି । ରିପୋର୍ଟରେ କୁହାଯାଇଛି ଯେ, ୟୁଜର୍ସ ପନିର, ପିଆଜ, ଛତୁ, ଶିମଲା ମିର୍ଚ, ପିଜାକୁ ପସନ୍ଦ କରୁଥିଲାବେଳେ ଗୋଲାପଜାମୁନ୍‍ ଏବଂ ମୁଗଡାଲି ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More