Only for Entertainment

ସ୍ୱିଜରଲ୍ୟାଣ୍ଡ ମଧ୍ୟ ହେଲା ରଣବୀର ସିଂଙ୍କ ଦିୱାନା, ତାଙ୍କ ନାମରେ ଚାଲିଲା ଟ୍ରେନ୍

Bollyworm
0 57

ବଲିଉଡ ଅଭିନେତା ରଣବୀର ସିଂଙ୍କ ଫ୍ୟାନ ଫଲୋଇଙ୍କ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଦେଖିବାକୁ ମିଳେ । ଏବେ ସ୍ୱିଜରଲ୍ୟାଣ୍ଡ ଟୁରରେ ଅଛନ୍ତି ରଣବୀର ସିଂ । ସ୍ୱିଜରଲ୍ୟାଣ୍ଡ ଟୁରିଜିମ ବିଭାଗର ବ୍ୟଣ୍ଡ ଆମ୍ବାସାଡାର ଥିବା ରଣବୀର ସ୍ୱିଜରଲ୍ୟାଣ୍ଡକୁ ମଧ୍ୟ ନିଜର ଦିୱାନା କରିଦେଇଛନ୍ତି ।


ସ୍ୱିଜରଲ୍ୟାଣ୍ଡରେ ଏବେ ରଣବୀର ସିଂଙ୍କ ନାମରେ ଏକ ଟ୍ରେନ ଚାଲିବା ଆରମ୍ଭ ହୋଇଛି । ଏହି ଟ୍ରେନର ନାମ ରହିଛି ‘ରଣବୀର ସିଂ ଅନ ଟୁର’ । ଏହି ଟ୍ରେନକୁ ରଣବୀର ସିଂ ନିଜେ ଉଦଘାଟନ କରିଛନ୍ତି । ଏହି ଟ୍ରେନ ଯାତ୍ରୀମାନଙ୍କୁ ଟ୍ରାଭେଲିଂର ଏକ ନୂଆ ଅନୁଭୂତି ଦେବ ।


ଟ୍ରେନ ଉନଦଘାଟନ କରିବା ଉତ୍ସବରେ ରଣବୀର ଟ୍ରେନ ସହିତ କିଛି ପୋଜ ଦେଇଥିଲେ । ଏହି ଫେଟୋକୁ ରଣବୀର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ସହିତ ଟ୍ରେନ ଉପରେ ଚଢି ସେ ‘ଗଦର’ ଫିଲ୍ମର ଗୀତ ‘ଘର ଆଜା ପରଦେଶୀ’ ଗୀତ ମଧ୍ୟ ଗାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ରଣବୀର ଏବଂ ଅଭିନେତ୍ରୀ ଦୀପିକା ପାଦୁକେନଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର ଏବେ ‘ଗଲିବୟ’ ଏବଂ ‘ସିମ୍ବା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More