Only for Entertainment

୭ଜଣ ପୁଲିସକର୍ମୀ ଡ୍ୟୁଟି ଛାଡି ପହଂଚିଲେ ସିନେମାହଲରେ, ଫଟୋ ଭାଇରାଲ ହେଉ ହେଉ ନିଆଗଲା ଏଭଳି ପଦକ୍ଷେପ !

94

ଗାନ୍ଧୀ ଜୟନ୍ତି ମଉକାରେ ଯେଉଁଠି ପୁଲିସ ଆଇନ ବ୍ୟବସ୍ଥା ସମ୍ଭାଳିବାରେ ବ୍ୟସ୍ତ ଥିଲା, ସେହିଭଳି ୭ଜଣ ପୁଲିସକର୍ମୀ ଏକାସହ ଡ୍ୟୁଟିରୁ ଅର୍ନ୍ତଧ୍ୟାନ ହୋଇ ଫିଲ୍ମ ଦେଖିବାକୁ ଯିବା ପାଇଁ ମନ ବନାଇଛନ୍ତି । ୭ଜଣ ପୁଲିସ ନିଜ ପସନ୍ଦିତା ଷ୍ଟାରଙ୍କ ଫିଲ୍ମ ଦେଖିବା ପାଇଁ ଭିନ୍ନ ଭିନ୍ନ ପୁଲିସ ଷ୍ଟେସନରୁ ସିନେମା ହଲରେ ଏକାଠି ହୋଇଥିଲେ । ଯେତେବେଳେ ଏହି ସାତଜଣଙ୍କ ଫଟୋ ଭାଇରାଲ ହେଲା ଏମାନଙ୍କୁ ନେଇ ପଦକ୍ଷେପ ନିଆଯାଇଛି । ମିଡିଆ ରିପୋର୍ଟ ମୁତାବକ , ଏହି ଘଟଣା ଆନ୍ଧ୍ରପ୍ରଦେଶର ଅଟେ । ଶୁଣିବାକୁ ମିଳିଛି ଯେ କୋଇଲକୁଂଟା ଇଲାକା ସ୍ଥିତ ଏକ ସିନେମାଘରେ ଏକାସହ ୭ଜଣ ଇନସ୍ପେକ୍ଟର ଏକାସହ ପହଂଚିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଫିଲ୍ମ ଉପଭୋଗ କରୁଥିବା ବେଳେ ଏକ ଫଟୋ କ୍ଲିକ କରି ସୋସିଆଲ ମିଡିଆରେ ଶେୟାର କରିଦେଇଥିଲେ ।

ଏହାପରେ ଏମାନଙ୍କର ଏହି ଫଟୋ ଭାଇରାଲ ହୋଇଛି । ଏହି ଭାଇରାଲ ଫଟୋ କୁର୍ନଲର ଏସପିଙ୍କ ନଜରରେ ଆସିଥିଲା । ଏହାପରେ ପୁଲିସକର୍ମୀଙ୍କ ଏଭଳି ବ୍ୟବହାର ପାଇଁ ଯାଂଚ କରିବା ପାଇଁ ଆଦେଶ ଦେଇଥିଲେ । ତେବେ ଏବେ ଶୁଣିବାକୁ ମିଳିଛି ଯେ ଏହି ପୁଲିସକର୍ମୀଙ୍କୁ ନିଲମ୍ବିତ କରିଦିଆଯାଇଛି ଏବଂ ଏମାନଙ୍କ ବିପକ୍ଷରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଆପଣଙ୍କୁ ଏଠାରେ କହି ରଖୁଚୁ ଯେ ପୁଲିସକର୍ମୀ ସାଉଥ ଷ୍ଟାର ଚିରଂଜୀବଙ୍କ ନୂଆ ଫିଲ୍ମ ‘ସେରା ନରସିହ୍ମା ରେଡ୍ଡୀ’ଦେଖିବା ପାଇଁ ଥିଲେ । ୨ଅକ୍ଟୋବରରେ ରିଲିଜ ହୋଇଥିବା ଏହି ଫିଲ୍ମ ଜବରଦସ୍ତ ବ୍ୟବସାୟ କରିବାକୁ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More