Only for Entertainment

ରିଲିଜ ହେଲା ‘Sye Raa Narasimha Reddy’ର ଦମଦାର ଦ୍ୱିତୀୟ ଟ୍ରେଲର, ଦେଖିବା ପରେ ଦେଶ ଭକ୍ତିରେ ମଗ୍ନ ହୋଇଯିବେ

zee news
45

ମହାନାୟକ ଅମିତାଭ ବଚ୍ଚନ ଏବଂ ସାଉଥ ମେଗାଷ୍ଟାର ଚିରଞ୍ଜୀବିଙ୍କ ଆଗାମୀ ଫିଲ୍ମ ‘ସୈରା ନରସିହ୍ମ ରେଡ୍ଡୀ’ର ପ୍ରଥମ ଟ୍ରେଲର ପରେ ଏବେ ଫିଲ୍ମର ଦ୍ୱିତୀୟ ଟ୍ରେଲର ମେକର୍ସ ରିଲିଜ କରିଛନ୍ତି । ଫିଲ୍ମର ପ୍ରଥମ ଟ୍ରେଲର ଆସିବା ପରଠାରୁ ହିଁ ଫିଲ୍ମକୁ ନେଇ ଦର୍ଶକଙ୍କ କ୍ରେଜ ବଢିବାରେ ଲାଗିଛି । ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ ଏବେ ଏହି ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଛି । ଦ୍ୱିତୀୟ ଟ୍ରେଲର ଏତେ ଜବରଦସ୍ତ ହୋଇଛି ଯେ ପ୍ରତ୍ୟେକ ବ୍ୟକ୍ତି ଦେଖିବା ପରେ ଦେଶ ଭକ୍ତିରେ ମଗ୍ନ ହୋଇଯିବେ ।

ଏହି ଟ୍ରେଲରକୁ ମଧ୍ୟ ପୂର୍ବ ଟ୍ରେଲର ପରି ୫ଟି ଭାଷାରେ ରିଲିଜ କରାଯାଇଛି । ୟୁଟ୍ୟୁବରେ ଆପଣ ହିନ୍ଦୀ, ତେଲଗୁ, ତାମିଲ, ମଲାୟାଲମ ଏବଂ କନ୍ନଡ ଭାଷାରେ ଦେଖିପାରିବେ । ଫିଲ୍ମର କାହାଣୀ ଉୟାଲାବାଦ ନରସିହ୍ମା ରେଡ୍ଡୀଙ୍କ କାହାଣୀ ଉପରେ ଆଧାରିତ । ସେ ଇଂଗ୍ରେଜ ମାନଙ୍କ ବିରୋଧରେ ପ୍ରଥମେ ଯୁଦ୍ଧ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ଅମିତାଭ ବଚ୍ଚନ ନରସିହ୍ନା ରେଡ୍ଡୀଙ୍କ ଗୁରୁ ଭୂମିକାରେ ନଜର ଆସିବେ । ଫିଲ୍ମ ୨ ଅକ୍ଟୋବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More