Only for Entertainment

ରୋଗ ଆସିବା ପୂର୍ବରୁ ଜାଣନ୍ତୁ ସଙ୍କେତ

huffingtone post
0 41

ବିଂଶ ଶତାବ୍ଦୀରେ ସୁସ୍ଥ ଜୀବନଯାପନର ଅତ୍ୟନ୍ତ ଆବଶ୍ୟକତା ରହିଛି । ରାସାୟନିକ ପଦାର୍ଥର ପ୍ରଭାବ ଏତେ ମାତ୍ରାରେ ବଢିଛି ଯାହା ଜୀବନଯାପନର ଢଙ୍ଗକୁ ପରିବର୍ତ୍ତ କରିବାକୁ ବାଧ୍ୟ କରୁଛି । ସୁସ୍ଥ ଜୀବନ ତ ସମସ୍ତେ ଚାହାନ୍ତି ଏବଂ ରୋଗ ବ୍ୟାଧିଠାରୁ ମଧ୍ୟ ଦୂରେଇବାକୁ ଚାହାନ୍ତି, କିନ୍ତୁ ରୋଗ କେବେ ପିଛା ଛାଡ଼େନି । ସେ ଛୋଟ ହେଉ କିମ୍ବା ମାରାତ୍ମକ । ଦିନକୁ ଦିନ ଏହାର ପ୍ରତିକ୍ରିୟା ମଧ୍ୟ ବଢିବାରେ ଲାଗିଛି । କିନ୍ତୁ ଆଜିକାଲି ଏହା ଖୁବ ସାଧାରଣ ହୋଇଯାଇଛି । କିନ୍ତୁ ରୋଗ ବଢିଯିବା ପରେ ଆମେ ତାହାକୁ ଅନୁଭବ କରୁଛୁ ଏବଂ ତାହାର ପ୍ରତିରୋଧ ମଧ୍ୟ । କିନ୍ତୁ ଏଭଳି କିଛି ସାଧାରଣ କଥା ରହିଛି ଯାହାକୁୁ ଜାଣିବା ନିହାତି ଆବଶ୍ୟକ । ଏହା ଦ୍ୱାରା ପୂର୍ବରୁ ରୋଗର ପ୍ରତିରୋଧ କରାଯାଇପାରିବ । ତେବେ ସୁଗାର ଏକ ସାଧାରଣ ରୋଗ ହୋଇଛି ଏବଂ ଏହା ବିଭିନ୍ନ ବୟସରେ ମଧ୍ୟ ଦେଖାଦେଉଛି,ସେ ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ । ଏହା ହେବା ପୂର୍ବରୁ କିଛି ଲକ୍ଷଣ ମଧ୍ୟ ଜଣା ପଡ଼ିଥାଏ ।ଆସନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ, ଯାହାକୁ ଜାଣିଲେ ତାହା ପୂର୍ବରୁ ପତିରୋଧ କରାଯାଇପାରିବ ।
ତ୍ୱଚାରେ ପରିବର୍ତ୍ତନ-
ସମୟ ପୂର୍ବରୁ ଯଦି ତ୍ୱଚାରେ କୁଂଚ ପଡ଼ିଯାଏ ତେବେ ଏହା ସୁଗାର ସ୍ତର ବଢିବାର ସଙ୍କେତ ଦେଇଥାଏ । ଏହା ସହିତ ଚେହେରାରେ ଲାଲ ଏବଂ ଧଳା ଦାଗ ଦେଖାଯାଏ ।
କମ ଶକ୍ତି-
ସୁଗାର ବଢିବା ଦ୍ୱାରା ଶରୀରରେ ଶକ୍ତି କମ ହୋଇଯାଏ । କାରଣ ସୁଗାର ଶରୀରର ସମସ୍ତ ଶକ୍ତିକୁ ଟାଣିନିଏ । ଯାହା ଦ୍ୱାରା କମ ଚାଲିବା ଏବଂ ଅଳ୍ପ କାର୍ଯ୍ୟ କରିବା ଦ୍ୱାରା କ୍ଲାନ୍ତ ଲାଗିଥାଏ ।
ପେଟ ଫୁଲିବା-
ସୁଗାର ବଢିବା ଦ୍ୱାରା ଶରୀରରେ ବ୍ୟାକ୍ଟେରିଆ ବଢିଥାଏ ।ଏହି କାଣରୁ ଖାଦ୍ୟ ଖାଇବା ପରେ ପେଟରେ କଷ୍ଟ ହେବା ସହିତ ଗ୍ୟାସ ମଧ୍ୟ ହୋଇଥାଏ ।ତେଣୁ ପେଟ ଫୁଲିଯାଏ ।
ବାରମ୍ବାର ରୋଗାଗ୍ରସ୍ତ ହେବା-
ରକ୍ତରେ ସୁଗାର ସ୍ତର ବଢିବା ଦ୍ୱାରା ପ୍ରତିରୋଧକ କ୍ଷମତା କମଯାଏ । ତେଣୁ କ୍ଷତ ହୋଇଥିବା ସ୍ଥାନ ଖୁବଶୀଘ୍ର ଭଲ ହୁଏ ନାହିଁ ଏବଂ ୟୁରିନ ଅସୁବିଧା ଦେଖାଯାଏ ।
ଓଜନ ବଢିବା
ଶରୀର ସୁଗାରକୁ ଶକ୍ତିରେ ପରିଣତ କରିପାରେ ନାହିଁ ।ଯାହା ଦ୍ୱାରା ପେଟ ଏବଂ ତାହାର ଆଖପାଖରେ ଚର୍ବି ଜମା ହୋଇଯାଏ ।ତେଣୁ ଓଜନ ବଢିଯାଏ ।
କମଜୋର ଇମ୍ୟୁନ ସିଷ୍ଟମ-
ଇମ୍ରୁ୍ୟନ ସିଷ୍ଟମର ୭୦ ପ୍ରତିଶତ ଶରୀରରୁ ବ୍ୟାକ୍ଟେରିଆ ବାହାର କରିଥାଏ,କିନ୍ତୁ ସୁଗାର ବଢିବା ଦ୍ୱାରା ଏହାର ମାତ୍ରା ଠିକ ରହିନଥାଏ । ତେଣୁ କୋଷ୍ଠ କାଠିନ୍ୟ ଆଦି ସମସ୍ୟା ଦେଖାଯାଏ ।
ଅନିଦ୍ରା-
ଖାଦ୍ୟରେ ସୁଗାର ମାତ୍ରା ବଢିବା ଦ୍ୱାରା ଠିକ ଭାବରେ ନିଦ ହୁଏ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More