Only for Entertainment

ମହିଳାଙ୍କୁ ହାର୍ଟ ଆଟାକ ଆସିବା ପୂର୍ବରୁ ଦେଖାଯାଇଥାଏ ଏହିସବୁ ଲକ୍ଷଣ ।

Your Health Support
0 53

ଆପଣ ଅଧିକାଂଶ ଲୋକଙ୍କ ସଂପର୍କରେ ଶୁଣିଥିବେ ଯେଉଁମାନଙ୍କର ମୃତ୍ୟୁ ହାର୍ଟଆଟାକ୍ ଜନିତ କାରଣରୁ ଘଟିଛି । ଏହି ରୋଗ ଏଭଳି ନୁହେଁ ଯେ, କାହାକୁ ବି ହଠାତ୍ ହୋଇଯିବ । ହାର୍ଟ ଆଟାକ ଆସିବାର ଲକ୍ଷଣ ଶରୀରରେ ବହୁତ ପୂର୍ବରୁ ହିଁ ନଜର ଆସିଥାଏ ।ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ତାହାର କେତୋଟି ବିଶେଷ ଲକ୍ଷଣ ଦେଖାଦେଇଥାଏ। ସେ ବିଷୟରେ ଜାଣନ୍ତୁ କିଛି କଥା…

  • ଅଧିକ ସମୟ ବିଶ୍ରାମ ନେବା ସତ୍ତ୍ୱେ ଯଦି ଆପଣଙ୍କୁ ଥକା ଲାଗୁଥାଏ, କୌଣସି କାମରେ ମନ ଲାଗୁ ନ ଥାଏ, ମନରେ ବାରମ୍ବାର ଭୟ ଜାତ ହେଉଥାଏ, ଏବଂ ଏସବୁ ଲକ୍ଷଣ ଯଦି ଜଣେ ମହିଳାଙ୍କଠାରେ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
  • ଛାତିରେ ଯନ୍ତ୍ରଣା ଅନୁଭୂତ ହେଲେ ସତେ ଯେମିତି ଲାଗେ ଛାତିରେ କ’ଣ ଲଦା ହୋଇଛି। ଏଭଳିି ଲକ୍ଷଣ ଦେଖାଦେଲେ ତାହା ହାର୍ଟ ଆଟାକ୍‌ର ଲକ୍ଷଣ ବୋଲି ଧରି ନେବାକୁ ହୋଇଥାଏ।
  • ଯଦି ପେଟରେ ଯନ୍ତ୍ରଣା ଅନୁଭୂତ ହେଉଛି କିମ୍ବା ଘନଘନ ଝାଳ ନିର୍ଗତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
  • ଯଦି କେବେ ଆପଣଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।
  • ପିଠି ଯନ୍ତ୍ରଣା ଅନୁଭବ କରିବା, ହାତ ଏବଂ ଗଣ୍ଠିଗୁଡିକ ଟାଣି ହେବା ପରି ଲାଗିବା ମଧ୍ୟ ହାର୍ଟ ଆଟାକ୍‌ର ଲକ୍ଷଣ। ଏହିସବୁ ବିଷୟରେ ଜାଣିସାରିବା ପରେ ଆପଣ ସତର୍କ ରହିବା ସହ ହୃଦ୍‌ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More