Only for Entertainment

ଜାଣନ୍ତୁ ଟିବିର ଲକ୍ଷଣ ଓ ତାହାର ଘରୋଇ ଉପଚାର ।

pep naija
0 58

ଟିବି ଏବ ସଂକ୍ରମଣ ରୋଗ । ଏହା ମାଇକ୍ରୋଇକ୍ଟିରିୟମ ଟ୍ୟୁବରକୁଲେସିସ ବ୍ୟାକ୍ଟରିୟା ଦ୍ୱାରା ବ୍ୟାପିଥାଏ । ଏହି ରୋଗ ପେଟ,ବୃକକ,ମେରୁଦଣ୍ଡର ହାଡ଼ କିମ୍ବା ବ୍ରେନରେ ହେବା ଅତି ସାଧାରଣ କଥା । ତେବେ ଏହାର ଠିକ ଭାବରେ ଚିକିତ୍ସା କରାଗଲେ ଏହା ଖୁବ ଶୀଘ୍ର ଦୂର ହୋଇଥାଏ ।

ଲକ୍ଷଣ-
ଏଥିରେ ପିଡ଼ିତ ବ୍ୟକ୍ତି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯେପରିକି କଷ୍ଟ ଅନୁଭବ ହେବା,ଭୋକ ନ ଲାଗିବା,ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା,ଦୁର୍ବଳ ଲାଗିବା,ଜୋରରେ କାଶ ହେବା,କଫ ପଡ଼ିବା ଏବଂ ଜ୍ୱର ହେବା ଆଦି ସମସ୍ୟା ଦେଖାଯାଏ । ଯଦି ଆରମ୍ଭରୁ ଏହାର ଚିକିତ୍ସା କରା ନଯାଏ ତେବେ ଏଥିରେ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିବାର ସମ୍ଭାବନ ରହିଛି । ପରିବାରରେ ଜଣକୁ ଏହି ରୋଗ ହେଲେ ଅନ୍ୟ ମାନଙ୍କୁ ଏଥିପ୍ରତି ସାବଧାନ ରହିବାକୁ ପଡ଼ିବ । ବିଶେଷ କରି ଛୋଟ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାରଣ କେବଳ କାଶ ଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପିଯାଏ । ତେବେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଉଚିତ । ଏହା ସହିତ କିଛି ଘରୋଇ ଉପଚାର ମଧ୍ୟ ରହିଛି ଯାହାକୁ ଜାଣିବା ନିହାତି ଦରକାର ।

ଘରୋଇ ଉପଚାର-
ରସୁଣ- ରସୁଣରେ ପ୍ରଚୁର ମାତ୍ରାରେ ସଲଫ୍ୟୁରିକ ଏସିଡ ରହିଥିବାରୁ ଏହାକୁ ଏକ ଘରୋଇ ଉପଚାର ଭାବେ ବ୍ୟବହାର କରାଯାଇପାରିବ । ଏଥିପାଇଁ ଅଧା ଚାମଚ ରସୁଣ ସହିତ ଏକ କପ ଦୁଗ୍ଧ ଏବଂ ୪ କପ ଜଳକୁ ମିଶାଇ ଫୁଟାନ୍ତୁ । ଏହାକୁ ଦିନକୁ ୩ ଥର ପିଇବା ଦ୍ୱାରା ଟିବି ରୋଗ ଦୂର ହୋଇଥାଏ । Fresh-garlic-GettyImages-136596122-58b5aeac3df78cdcd89fa3ee

ମହୁ- ୨୦୦ ଗ୍ରାମ ମହୁ ସହିତ ୨୦୦ ଗ୍ରାମ ମିଶ୍ରି ଏବଂ ୧୦୦ ଗ୍ରାମ ଘିଅକୁ ଭଲ ଭାବରେ ମିଶାନ୍ତୁ । ଟିବି ରୋଗୀ ଏହାକୁ ଦିନରେ ୨ରୁ ୩ ଥର ଖାଇବା ଉଚିତ । ଏହାପରେ ଗାଈ କିମ୍ବା ଛେଳି ଦୁଗ୍ଧ ପିଇବାକୁ ଦିଅନ୍ତୁ । ଏହା ଦ୍ୱାରା ଟିବି ଖୁବ ଶୀଘ୍ର ଦୂର ହୋଇଯାଏ ।

ଓସ୍ତ ପତ୍ର– ଏହାର ପତ୍ରକୁ ଜଳାଇ ଏହାର ୧୦ ଗ୍ରାମ ଗୁଣ୍ଡରେ ୨୦ ଗ୍ରାମର ଛେଳି ଦୁଗ୍ଧ ମିଶାନ୍ତୁ । ଏହା ସହିତ କିଛି ମହୁ ମିଶାଇ ପ୍ରତିଦିନ ଖାଆନ୍ତୁ । ଏହା ଦ୍ୱାରା ସବୁ ଦିନ ପାଇଁ ଏହି ରୋଗ ଦୂର ହୋଇଯିବ ।

କମଳା- କମଳା ରସରେ ଲୁଣ ଏବଂ ମହୁ ମିଶାଇ ପ୍ରତିଦିନ ସକାଳେ ଏବଂ ସଂଧ୍ୟାରେ ପିଅନ୍ତୁ । ଏହା ବ୍ୟତୀତ କମଳା ଖାଇବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ ।

ଗୋଲମରିଚ- କାଶକୁ ଦୂର କରିବା ପାଇଁ ମଖନ ସହିତ ୮ରୁ ୧୦ଟି ଭଜା ଗୋଲମରିଚକୁ ଅଳ୍ପ ହେଙ୍ଗୁ ସହିତ ମିଶାଇ ବାଟନ୍ତୁ । ଏହାକୁ ୩ ଭାଗ କରି ଦିନକୁ ୭ରୂ ୮ ଥର ଖାଆନ୍ତୁ ।

ହେଙ୍ଗୁ- ଅଳ୍ପ ହେଙ୍ଗୁରେ ଅଧ କପ ପିଆଜ ରସ ମିଶାଇ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଟିବି ଏକ ସପ୍ତାହରେ ଭଲ ହୋଇଯାଏ

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More