Only for Entertainment

ତାପସୀ-ଭୂମିଙ୍କ ‘ସାଣ୍ଡ କି ଆଂଖ’ର ଫାଷ୍ଟ ଲୁକ ଜାରି, ଖୁବ ରୋମାଂଚଭରା ଅଟେ ପୋଷ୍ଟର ପଚିଂ ଲାଇନ !

42

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଭୂମି ପେଡନେକରଙ୍କ ଫିଲ୍ମ ‘ସାଂଡ କି ଆଁଖ’ର ପ୍ରଥମ ପୋଷ୍ଟର ରିଲିଜ ହୋଇଯାଇଛି । ଫିଲ୍ମ ପୋଷ୍ଟର ଖୁବ ଆକର୍ଷଣୀୟ ହୋଇଛି । ସାମ୍ନାକୁ ଆସିଥିବା ପୋଷ୍ଟରେ ତାପସୀ ଏବଂ ଭୂମି ବୃଦ୍ଧା ମହିଳା ଭୂମିକାରେ ନଜର ଆସିବେ । ପୋଷ୍ଟର ସହ ରିଲିଜ ତାରଖ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମ ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବ । ଏହାସହ ଫିଲ୍ମର ଫାଷ୍ଟ ଲୁକ ଦେଖି ଲାଗୁଛି ଯେ ଏହି ଲୁକ ପାଇଁ ବେଶୀ ପରିଶ୍ରମ କରିବାକୁ ପଡିନାହିଁ ।

ଯଦିଓ ପୋଷ୍ଟରରେ ଲେଖାଯାଇଥିବା ଲାଇନ ଜବରଦସ୍ତ ରହିଛି ମାତ୍ର ଫିଲ୍ମର ଫାଷ୍ଟ ଲୁକ ନିରାଶ କରିଛି । ଏଥିରେ ଲେଖା ହୋଇଛି ଶରୀର ବୁଢା ହୋଇଯାଏ କିନ୍ତୁ ମନ ନୁହେଁ । ଅନ୍ୟ ପୋଷ୍ଟରରେ ଲେଖା ଅଛି ଦୁହେଁ ଏବେ ପର୍ଯ୍ୟନ୍ତ ୭୦୦ମେଡାଲ ଜିତି ସାରିଛନ୍ତି ।

 

View this post on Instagram

 

They may be old, but their aim is sure-shot gold! Here’s the first look poster. #SaandKiAankhThisDiwali

A post shared by Taapsee Pannu (@taapsee) on

ଫିଲ୍ମର କାହାଣୀ ସୁଟର ଦାଦୀ ନାଁରେ ପ୍ରସିଦ୍ଧ ପ୍ରକାଶର ଏବଂ ଚନ୍ଦ୍ର ତୋମରଙ୍କ ଉପରେ ଆଧାରିତ । ଦୁହେଁ ଗୋଟିଏ ଘରର ବୋହୂ । ଦୁହିଁଙ୍କ ସୁଟର ହୋଇଥିବା କାହାଣୀ ଖୁବ ରୋମାଂଚକ ଅଟେ ।

ଏହି ଫିଲ୍ମରେ ତାପସୀ ଏବଂ ଭୂମି ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ତୁଷାର ହିରାନନ୍ଦାନୀ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବ୍ୟତୀତ ଭୂମି ‘ପତି ପତ୍ନୀ ଔର ବୋ’ ଏବଂ ‘ତଖ୍ତ’ରେ ନଜର ଆସିବେ । ସେହିଭଳି ତାପସୀଙ୍କ ବିଷୟରେ କହିବାକୁ ଗଲେ ସେ ମିଶନ ମଙ୍ଗଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More