Only for Entertainment

ନିଜର ଅପକମିଂ ଫିଲ୍ମରେ ସୁଟର ଭୂମିକାରେ ନଜର ଆସିବେ ତାପସୀ ପନ୍ନୁ !

24

୨୦୧୮ରେ ହିଟ ହୋଇଥିବା ଫିଲ୍ମ ସୁରମା, ମନମର୍ଜିଆଁ ଏବଂ ମୁଲ୍କ ଭଳି ଫିଲ୍ମରେ ଅଭିନୟ କରିଥିଲେ ତାପସୀ ପନ୍ନୁ । ସେ ନିଜର ଅଭିନୟ ବଳରେ ସମସ୍ତଙ୍କ ମନ କିଣି ପାରିଛନ୍ତି ଏବଂ ତାଙ୍କ ଫିଲ୍ମ ସବୁବେଳେ ନିଆରା ଏବଂ ହିଟ ମଧ୍ୟ ହୋଇଛି । ତେବେ ତାପସୀ ଏବେ ନିଜ ଅପକମିଂ ଫିଲ୍ମ ପାଇଁ ନିଜକୁ କରୁଛନ୍ତି ପ୍ରସ୍ତୁତ ।

ଏକ ରିପୋର୍ଟ ମୁତାବକ ତାପସୀ ତାଙ୍କର ଅପକମିଂ ଫିଲ୍ମ ‘ଓମନିଆ’ରେ ଜଣେ ସୁଟର ଭୁମିକାରେ ନଜର ଆସିପାରନ୍ତି ବୋଲି ଜାଣିବାକୁ ମିଳିଛି । ସେ ତାଙ୍କର ଏହି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଯାହା ୨୦୧୯ ଫେବୃୟାରୀରେ ପରଦାରେ ପାଦ ଦେବ ବୋଲି ଆଶା କରାଯାଉଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ନିର୍ମାତା ଏହି ଫିଲ୍ମର ସୁଟିଂ ଶୀତ ଦିନରେ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସୁଟିଂ ସେଟ ମଧ୍ୟ ନିର୍ଣ୍ଣୟ ହୋଇସାରିଛି । ଉତ୍ତରପ୍ରଦେଶରେ ଫେବୃୟାରୀ ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ ।

ତେବେ ଖବର ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ତାପସୀ ଏହି ଫିଲ୍ମରେ ୬୦ବର୍ଷର ବୃଦ୍ଧା ଭୂମିକାରେ ମଧ୍ୟ ନଜର ଆସିପାରନ୍ତି । ଏହି କାରଣରୁ ପ୍ରଡ୍ୟୁସର ଆନ୍ତଜାର୍ତୀୟ ସ୍ତର ମେକଅପ ଆର୍ଟିଷ୍ଟଙ୍କୁ ଏହି ଫିଲ୍ମ ପାଇଁ ସାମିଲ କରାଇ ପାରନ୍ତି ।

ଏହି ଫିଲ୍ମ ରିଅଲ ଲାଇଫ ସୁଟର, ପ୍ରକାଶୀ ଏବଂ ଚନ୍ଦ୍ର ତୋମାରଙ୍କ ଠାରୁ ପ୍ରେରିତ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ ତୁଷାର ହିରାନନ୍ଦାନୀ ଏବଂ ଏଥିରେ ସହାୟକ ମଧ୍ୟ ହେବେ ଅନୁରାଗ କଶ୍ୟପ !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More