Only for Entertainment

ଘରୁ ହାତୁଡି ଧରି ବାହାରିଲେ ତୈମୁର, ବାପାଙ୍କ ହାତ ଧରିବାକୁ ପ୍ରସ୍ତୁତ ନଥିଲେ ଛୋଟ ନବାବ !

29

ବଲିଉଡ ଅଭିନେତ୍ରୀ କରୀନା କପୂର ଏବଂ ସୈଫଙ୍କ ଲାଡଲାଙ୍କ ପପୁଲାରିଟି କୌଣସି ଷ୍ଟାର ଠାରୁ କମ ନୁହେଁ । ସେ ଅନେକ ସମୟରେ ନିଜ କ୍ୟୁଟ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଖେଳିଥାଏ । ତୈମୁର ଜନ୍ମ ହେବା ଠାରୁ ହିଁ ସବୁବେଳେ ଚର୍ଚ୍ଚାରେ । ଛୋଟେ ନବାବ ପିଲାଟି ଦିନରୁ ହିଁ ଷ୍ଟାଇଲ ଆଇକନ ହୋଇ ସାରିଛନ୍ତି । ତାଙ୍କର କ୍ୟୁଟ ଅନ୍ଦାଜ ଏବଂ କୌତୁକିଆ କାର୍ଯ୍ୟକଳାପକୁ ପାଇଁ ଫ୍ୟାନ୍ସମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି । ନିକଟରେ ଛୋଟ ନବାବଙ୍କର ବାପା ସୈଫଙ୍କ ସହ କିଛି ଫଟୋ ସାମ୍ନାକୁ ଆସିଛି ।

ଏହି ଲାଟେଷ୍ଟ ଫଟୋରେ ଛୋଟ ନବାବ ନିଜ ଘରୁ ହାତୁଡି ଧରି ବାହାରକୁ ଆସୁଥିବା ନଜର ଆସିଛନ୍ତି । ଯେମିତି ଘରୁ ତୈମୁର ବାହାରିଛନ୍ତି , ସମସ୍ତେ ତାଙ୍କୁ ଏଭଳି ଦେଖି ଚମକି ପଡିଥିଲେ । ତୈମୁରଙ୍କ ପଛେ ପଛେ ବାପା ସୈଫ ମଧ୍ୟ ଥିଲେ ।

ଛୋଟ ନବାବ ହାୟ କହିବା ପରିବର୍ତ୍ତେ ହାତୁଡି ଦେଖାଇଥିଲେ । ଅସଲରେ ତୈମୁର ହାତୁଡି ଦେଖାଇ କ୍ୟାମେରା ଆଗରେ ଜଣାଇଥିଲେ ଯେ ତାଙ୍କ ପାଖରେ ନୂଆ ଖେଳନା ଅଛି । ଯେମିତି ନଜର କ୍ୟାମେରା ଉପରେ ପଡିଛି ସବୁଥର ଭଳି ହସି ପୋଜ ଦେଇଥିଲେ ତୈମୁର । ତୈମୁର ଙ୍କ ଚେହେରା ଦେଖି ଯେ କେହି ବି ଜାଣି ପାରିବ ବାପାଙ୍କ ସମୟ ବିତାଇ ତୈମୁର କେତେ ମାତ୍ରାରେ ଖୁସି ଅନୁଭବ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More