Only for Entertainment

ଭାଇରାଲ ହେଉଛି କରୀନାଙ୍କ ମିରର ସେଲ୍ଫି, ପାପା ସୈଫଙ୍କ ସହିତ ୱର୍କଆଉଟରେ ବ୍ୟସ୍ତ ନଜର ଆସିଲେ ତୈମୁର ।

bollywood tadka
27

ଅଭିନେତ୍ରୀ କରୀନା କପୁର ନିଜ ଫିଟନେସ ଏବଂ ଡ୍ରେସିଂ ଷ୍ଟାଇଲକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି । ସାବତ ଝିଅ ସାରା ଅଲି ଖାନଙ୍କୁ ମଧ୍ୟ କରୀନାଙ୍କର ଏହି ଗୁଣ ଖୁବ ପସନ୍ଦ । ଯାହାଙ୍କର ପ୍ରଶଂସା କରିବାକୁ ସେ କେବେ ମଧ୍ୟ କୁଣ୍ଠାବଦ୍ଧ କରନ୍ତି ନାହିଁ । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋକୁ କରୀନା କ୍ଲିକ କରିଛନ୍ତି । ଫଟୋର ବ୍ୟାକଗ୍ରାଉଣ୍ଡରେ ସୈଫ ଏବଂ ପୁଅ ତୈମୁର ଅଲି ଖାନ ନଜର ଆସିଛନ୍ତି । ସବୁଠାରୁ ଖାସ କଥା ହେଉଛି ସୈଫ ୱର୍କଆଉଟ କରୁଥିବା ବେଳେ ତୈମୁର ତାଙ୍କୁ ଚାହିଁ ରହିଛନ୍ତି । ବାସ୍ତବରେ ଏହି ଫଟୋକୁ କରୀନାଙ୍କ ଡାଇଟିସିଆନ ରୁଜୁତା ଦିବେକର ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

 

View this post on Instagram

 

Mirror selfie ?? when tim tim with his dad ???

A post shared by Kareena Kapoor Khan (@therealkareenakapoor) on

ଏଥିରେ ସେ କରୀନାଙ୍କ ଫିଟନେସ ସିକ୍ରେଟ ବିଷୟରେ ଜଣାଇଛନ୍ତି । ଯେଉଁଥିରେ ସେ କରୀନାଙ୍କୁ ନେଇ କହିଛନ୍ତିଯେ ସ୍ଥାନୀୟ ଏବଂ ପାରମ୍ପରିକ ଖାଦ୍ୟର ପ୍ରଚଳନ ପରେ ମଧ୍ୟ କରୀନା ଖୁବ ଫିଟ ଅଛନ୍ତି । ତେଣୁ ଏଭଳି ଏକ ଲାଇଫଷ୍ଟାଇଲ ଆପଣାଇବା ଦରକାର ଯାହା ଆମକୁ ସୁସ୍ଥ ରଖିବ । ଫିଟ ରହିବା ପାଇଁ କୌଣସି ସର୍ଟ କଟ ନାହିଁ ।

 

View this post on Instagram

 

❤❤❤❤

A post shared by Kareena Kapoor Khan (@therealkareenakapoor) on

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ କରୀନା ଖୁବଶୀଘ୍ର ଫିଲ୍ମ ଗୁଡ ନ୍ୟୁଜରେ ନଜର ଆସିବେ । ଯେଉଁଥିରେ ତାଙ୍କ ଅପୋଜିଟରେ ନଜର ଆସିବେ ଅକ୍ଷୟ କୁମାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More