Only for Entertainment

ଗର୍ଭଧାରଣ ସମୟରେ କରନ୍ତୁ ନାହିଁ ଏହି ସମସ୍ତ କାମ, ହୋଇପାରେ ଏହି କ୍ଷତି ।

health banana
0 54

ଗର୍ଭଧାରଣ ସମୟରେ କେତେକ ଦିଗ ପ୍ରତି ଯତ୍ନବାନ ହେବାକୁ ପଡ଼ିଥାଏ । ଯାହା ଦ୍ୱାରା ଉଭୟ ମା ଓ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥାଏ । ତେବେ ସାମାନ୍ୟତମ ଭୁଲ ପିଲାକୁ କ୍ଷତି ପହଂଚାଇପାରେ । ଆସନ୍ତୁ ସେ ଦିଗ ପ୍ରତି ଦୃଷ୍ଟି ଦେବା ।

କ୍ଷତିଦାୟକ ଗନ୍ଧ ଠାରୁ ଦୂରେଇ ରହିବା ଉଚିତ । ବିଶେଷ କରି ଘର ରଙ୍ଗ କରିବା ସମୟରେ ସେଥିରୁ ଦୂରେଇ ରୁହନ୍ତୁ । ଏହା ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିଦାୟକ ହୋଇଥାଏ ।

ଗରମ ପାଣିରେ ଗାଧୋଇବା ଅନୁଚିତ । କାରଣ ଶରୀରର ତାପମାତ୍ରା ୧୦୧ ଡିଗ୍ରୀ ପର୍ଯ୍ୟନ୍ତ ପହଂଚିବା ପରେ ସମସ୍ୟା ଦେଖା ଦେଇଥାଏ । ଏହା ଦ୍ୱାରା ଛୁଆକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିପାରେ ନାହିଁ ଏବଂ ଅମ୍ଳଜାନ କମ ହୋଇଥାଏ । ତେଣୁ ମହିଳାଙ୍କ ତାପମାତ୍ରା ଏହି ସମୟରେ ୧୦୧ ଡିଗ୍ରୀରୁ କମ ରହିବା ଉଚିତ ।

ଅତ୍ୟାଧିକ ଫଳ ଜୁସ ଗର୍ଭବତୀ ମହିଳାଙ୍କ ପାଇଁ ଭଲ ନୁହେଁ । ଏଥିରେ ସୁଗାର ମାତ୍ରା ଖୁବ ଅଧିକ ରହିଥାଏ । ତେଣୁ ଜୁସ ପିଇବା ଅପେକ୍ଷା ଫଳ ଖାଇବା ଲାଭଦାୟକ ହେବ । କାରଣ ଗୁସରେ ଫାଇବର ମାତ୍ରା କମ ରହିଥାଏ । ବ୍ଲଡ ସୁଗାରର ସ୍ତର ବଢିଥାଏ । ଏହା ଦ୍ୱାରା ମଧୁମେହ ହେବାର ସମ୍ଭାବନା ରହିଥାଏ ।

ଶୋଇବା ସମୟରେ ସାବଧାନ ରହିବା ଉଚିତ । ତେଣୁ ଶୋଇବାର ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ । ବିଷେଶ କରି ଉପରକୁ ମୁହଁ କରି ଶୋଇବା ଉଚିତ ।
ଏହି ସମୟରେ କୌଣସି ଫେୟାରନେସ କ୍ରିମ ବ୍ୟବହାର କରିବା ଅନୁଚିତ । ଏଥିରେ ଥିବା କେମିକାଲର ପ୍ରଭାବ ଛୁଆ ଉପରେ ପଡ଼ିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More