Only for Entertainment

ସୁନ୍ଦର ତ୍ୱଚା ପାଇଁ ଘରୋଇ ଟିପ୍ସ ।

VideoHive
37

ତ୍ୱଚାର ରଙ୍ଗ ଯଦି କଳା ହୋଇଥାଏ ସମସ୍ତଙ୍କ ଚିନ୍ତା ବଢିଯାଏ । ସେ ମହିଳା ହୁଅନ୍ତୁ ବା ପୁରୁଷ । କାରଣ ଗୋରା ରଙ୍ଗର ବ୍ୟକ୍ତିମାନେ ଆକର୍ଷଣୀୟ ଲାଗିଥାନ୍ତି । କିନ୍ତୁ କଳା ରଙ୍ଗର ବ୍ୟକ୍ତିଙ୍କ ନିକଟରେ ତାହା ସମ୍ଭବ ହୋଇନଥାଏ । ଯାହା ଏକ ବିରାଟ ସମସ୍ୟା । ଏଥିପାଇଁ କଳା ରଙ୍ଗର ବ୍ୟକ୍ତି ବିଭିନ୍ନ ଉପାୟରେ ତ୍ୱଚାକୁ ଗୋରା ଏବଂ ଉଜ୍ୱଳ କରିବା ପାଇଁ ଚେଷ୍ଟା କରନ୍ତି । ବିଶେଷ କରି ସମସ୍ତେ ରାସାୟନିକ ପଦାର୍ଥ ବହୁଳ ମାତ୍ରାରେ ବ୍ୟବହାର କରନ୍ତି । ତେବେ ଏହା ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ଘରୋଇ ଉପାୟରେ ଏହାର ଚିକିତ୍ସା କରାଯାଏ ତେବେ କୌଣସି କୁପ୍ରଭାବ ପଡ଼ିବ ନାହିଁ ।

ନିୟମିତ ସ୍ନାନ କରିବା ସମୟରେ ସ୍ନାନ ଜଳରେ ଲେମ୍ବୁ ୬ ରୁ ୭ ବୁନ୍ଦା ମିଶାନ୍ତୁ। ଏପରି କରିବା ଦ୍ୱାରା ରଙ୍ଗ ଗୋରା ହେବା ସହ ଆପଣ ଖୁବ ସତେଜ ମଧ୍ୟ ଅନୁଭବ କରିବେ।

ବଜାରରେ ମିଳୁଥିବା ଫେସୱାସ ପରିବର୍ତ୍ତେ ଘରେ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିପାଇଁ ଆପଣ ଲେମ୍ବୁରସ, ପାଣି, ମହୁ ଏବଂ ଘିକୁଆଁରୀ ରସ ଆଦିକୁ ମିଶ୍ରଣ କରନ୍ତୁ। ଏହାକୁ ନିୟମିତ ସକାଳେ ମୁହଁରେ ଲଗାଇ, ଭଲ ଭାବେ ମାଲିସ କରି ଧୁଅନ୍ତୁ।

୨ ଚାମଚ ଲେମ୍ବୁ ରସରେ ୩ ଚାମଚ ଗ୍ଲିସେରିନ ମିଶାଇ ରଖନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହା ଖୁବ ଲାଭକାରୀ ଅଟେ।ମାତ୍ର ଲେମ୍ବୁ ଲଗାଇ ସଙ୍ଗେ ସଙ୍ଗେ ଖରାକୁ ଯାଆନ୍ତୁ ନାହିଁ। ଏହା ଚର୍ମ ଉପରେ କୁପ୍ରଭାବ ପକାଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More