Only for Entertainment

ପ୍ରଭୁଦେବା ଓ ତମନ୍ନାଙ୍କ ହରର ଫିଲ୍ମ ‘ଖାମୋଶୀ’ର ଟ୍ରେଲର ରିଲିଜ ।

bollywood tadka
27

ଅଭିନେତ୍ରୀ ତମନ୍ନା ଭାଟିୟା ଏବଂ ପ୍ରଭୁଦେବା ଷ୍ଟାରର ଫିଲ୍ମ ‘ଖାମୋଶୀ’ର ଟ୍ରେଲର ରିଲିଜ ହୋଇଛି । ଖାମୋଶୀ ଏକ ହରର ଫିଲ୍ମ । ଫିଲ୍ମର ଟ୍ରେଲର ପ୍ରାୟ ଭୟଙ୍କର ହୋଇଛି । ଟ୍ରେଲରରେ ପ୍ରଭୁଦେବା ଏବଂ ତମନ୍ନା ଭାଟିୟାଙ୍କ ଖତରନାକ କେମେଷ୍ଟ୍ରି ଦେଖିବାକୁ ମିଳିଛି । କିନ୍ତୁ ଖାସ କଥା ହେଉଛି ଟ୍ରେଲରରେ ତମନ୍ନା ପ୍ରଭୁଦେବାଙ୍କୁ ଡରୁଥିବାର ନଜର ଆସିଛି ।

ଫିଲ୍ମରେ ତମନ୍ନା ସୁରଭି ଚରିତ୍ରରେ ନଜର ଆସିବେ । ସୁରଭି ଏଭଳି ଏକ ଚରିତ୍ର ଯିଏ ଦେଖି ପାରୁନଥିବ ଏବଂ ଶୁଣି ପାରୁନଥିବ କିନ୍ତୁ ସୁନ୍ଦର ଚିତ୍ର ଆଙ୍କୁଥିବ ।

ଫିଲ୍ମର ଥିମ ପ୍ରପର୍ଟି ବିବାଦ ଉପରେ ଆଧାରିତ । ଫିଲ୍ମରେ ପ୍ରଭୁଦେବାଙ୍କ ଚରିତ୍ର ଖୁବ ଭୟଙ୍କର ହୋଇଥିବା ଅନୁମାନ କରାଯାଉଛି । ପ୍ରଭୁଦେବା ଏବଂ ତମନ୍ନାଙ୍କ ବ୍ୟତୀତ ଫିଲ୍ମରେ ସଂଜୟ ସୁରୀ ଏବଂ ଭୂମିକା ଚାୱଲା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

କହିରଖୁଛୁଯେ ଦୀର୍ଘ ସମୟ ବ୍ୟବଧାନରେ ପ୍ରଭୁଦେବା ଏହି ଫିଲ୍ମ ମାଧ୍ୟମରେ ପରଦାକୁ ଫେରୁଛନ୍ତି । ତେବେ ଏହି ଫିଲ୍ମ ଏକ ସାଇକୋଲୋଜିିକଲ ହରର ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More