Only for Entertainment

‘ହାଉସଫୁଲ ୪’କୁ ପଛରେ ପକାଇଲା ଏହି ଫିଲ୍ମ, ମାତ୍ର ୫ ଦିନରେ ୨୦୦ କୋଟି କ୍ଲବରେ ହେଲା ସାମିଲ

zee news
41

ଦୀପାବଳି ଠାରୁ ବଲିଉଡରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ ୪’ର ଜଲୱା ଲାଗି ରହିଛି । ଫିଲ୍ମ ୫ ଦିନରେ ୧୦୦ କୋଟି କ୍ଲବରେ ଏ ଣ୍ଟ୍ରି ନେଇ ସାରିଛି । କିନ୍ତୁ ଏପରି ଏକ ଫିଲ୍ମ ‘ହାଉସଫୁଲ ୪’ ସହିତ ରିଲିଜ ହୋଇଛି ଯେ ବକ୍ସ ଅଫିସ କଲେକ୍ସନ ମାମଲାରେ ଅକ୍ଷୟଙ୍କ ଫିଲ୍ମକୁ ପଛରେ ପକାଇ ଦୁଇ ଗୁଣ ସଫଳତା ପାଇଛି ।

ଦୀପାବଳିରେ ରିଲିଜ ହୋଇଥିବା ତାମିଲ ସୁପରଷ୍ଟାର ବିଜୟଙ୍କ ଫିଲ୍ମ ‘ବିଗିଲ’ ମାତ୍ର ପାଂଚ ଦିନରେ ବିଶ୍ୱସ୍ତରରେ ୨୦୦ କୋଟି ପାର କରିସାରିଛି । ଫିଲ୍ମ ବିଶେଷଜ୍ଞ ସୁମିକ କାଡେଲ ଟ୍ୱିଟ କରି କହିଛନ୍ତି, ‘ବିଗିଲ ମାତ୍ର ପାଂଚ ଦିନରେ ବିଶ୍ୱସ୍ତରରେ ୨୦୩ କୋଟି ଆୟ କରି ସାରିଛି । ବିଜୟ, ଅଜୟ ବିଜୟର ପଥରେ ।’

ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ, ଏଟଲୀ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ପୂରା ଦୁନିଆରେ ଚହଳ ସୃଷ୍ଟି କରିଛି । ଏହି ଫିଲ୍ମ ପାଖାପାଖି ୪,୨୦୦ ସ୍କ୍ରିନରେ ରିଲିଜ ହୋଇଛି ।

‘ବିଗିଲ’ ଏକ ସ୍ପୋଟର୍ସ ଆକ୍ସନ ଫିଲ୍ମ ଅଟେ । ଫିଲ୍ମରେ ବିଜୟ ପିତା ଏବଂ ପୁତ୍ର ଦୁଇଟି ଭୂମିକା ତୁଲାଇଥିବା ନଜର ଆସିଛନ୍ତି । ପିତା ଭୂମିକାରେ ସେ ଏକ ସ୍ଥାନୀୟ ଡନ ଭୂମିକା ତୁଲାଇଥିବା ବେଳେ ପୁଅ ଭୂମିକାରେ ମହିଳା ଫୁଟବଲ ଟିମର କୋଚ ଭୂମିକାରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More