Only for Entertainment

ତାମିଲ ରକର୍ସ ଇଣ୍ଟରନେଟରେ ଲିକ କଲେ ‘ଆଭେଞ୍ଜର୍ସ ଏଣ୍ଡଗେମ’, ନିର୍ମାତାଙ୍କୁ ଲାଗିପାରେ ବଡ ଝଟକା

Forbes
25

ହଲିଉଡର ବହୁ ପ୍ରତୀକ୍ଷିତ ସିନେମା ‘ଆଭେଞ୍ଜର୍ସ ଏଣ୍ଡଗେମ’ ଆସନ୍ତା ଶୁକ୍ରବାର ଭାରତୀୟ ବକ୍ସ ଅଫିସରେ ରିଲିଜ ହେବ । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ପ୍ରତିକ୍ରିୟା ଏବଂ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମକୁ ନେଇ ଦର୍ଶକ ଏତେ ପାଗଳ ଯେ ଆଡଭାନ୍ସ ବୁକିଂ ମାମଲାରେ ଏହା ଭାରତୀୟ ସିନେମାକୁ ପଛରେ ପକାଇ ଦେଇଛି । ଅନେକ ଟ୍ରେଡ ଏକ୍ସପର୍ଟସଙ୍କ ଅନୁସାରେ ଫିଲ୍ମ ବକ୍ସ ଅଫିସକୁ ଆସିବା ପରେ ଏହା ଅନେକ ରେକର୍ଡ ଭାଙ୍ଗିବ ।

ଇତି ମଧ୍ୟରେ ଫିଲ୍ମ ନିର୍ମାତାଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ ତାମିଲ ରକର୍ସ ନାମକ ଏକ ୱେବ ସାଇଟ ‘ଆଭେଞ୍ଜର୍ସ ଏଣ୍ଡଗେମ’କୁ ଇଣ୍ଟରନେଟରେ ଲିକ କରିଦେଇଛନ୍ତି । ଫିଲ୍ମକୁ ଅପେକ୍ଷା କରି ରହିଥିବା ଫ୍ୟାନ୍ସ ସ୍କ୍ରିନସର୍ଟ ନେଇ ଏହା ବିଷୟରେ ସୂଚନା ଦେଇଛନ୍ତି ।

avengers-endgame_compressed

ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ’ର ନିର୍ମାତା କିଛି ଦିନ ପୂର୍ବରୁ ଏକ ବଡ ଇଭେଣ୍ଟ ରଖିଥିଲେ । ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଗୁହାରୀ କରିଥିଲେ ଯେ, ଫିଲ୍ମ ଦେଖିବା ପରେ ଇଣ୍ଟରନେଟରେ ସ୍ପାଇଲର ସେୟାର ନ କରିବା ପାଇଁ । ଏହା ଫଳରେ ବାକି ଦର୍ଶକ ଏହାର ମଜା ନେଇ ପାରିବେ ନାହିଁ । କିନ୍ତୁ ତାମିଲ ରକର୍ସ ସ୍ପାଇଲର ବଦଳରେ ପୂରା ଫିଲ୍ମକୁ ହିଁ ଇଣ୍ଟରନେଟରେ ଲିକ କରିନଦେଇଛନ୍ତି ।

କହିରଖୁଛୁ ଯେ, ତାମିଲ ରକର୍ସ ଏହା ପ୍ରଥମଥର ପାଇଁ କରି ନାହାଁନ୍ତି ଏହା ପୂର୍ବରୁ ମଧ୍ୟ ସେ ଅନେକ ସାଉଥ ଇଣ୍ଡିଆନ ଫିଲ୍ମ ଏବଂ ବଲିଉଡ ଫିଲ୍ମକୁ ଇଣ୍ଟରନେଟରେ ଲିକ କରିଛନ୍ତି । ଅନେକ ନିର୍ମାତା ଏହି ୱେବ ସାଇଟ ଉପରେ ଲିଗାଲ ଆକ୍ସନ ମଧ୍ୟ ନେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ‘ଆଭେଞ୍ଜର୍ସ ଏଣ୍ଡଗେମ’ର ନିର୍ମାତା ଏହାକୁ ନେଇ କ’ଣ ପଦକ୍ଷେପ ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More