ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଂଟ ଭଳି ସ୍ୱାଦିଷ୍ଟ ଢୋକଲା ।
ପ୍ରଥମେ ଏକ ବାଉଲରେ ୧୫୦ ଗ୍ରାମ ବେସନ, ୨୦ ଗ୍ରାମ ଦହି, ଅଧ ଚାମଚ କଳା ଲୁଣ, ଦେଢ ଚାମଚ ଚିନି, ୨୦ ମିଲି ଲେମ୍ବୁ ରସ ଏବଂ ୧୦୦ ମିଲି ଗରମ ପାଣି ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଏହାକୁ ୨୦ ମିନିଟ ପାଇଁ ସେହିଭଳି ଛାଡ଼ି ଦିଅନ୍ତୁ । ଏବେ ଏହାକୁ ଏକ ପାତ୍ରରେ ଢାଳି ୧୫ ମିନିଟ ପାଇଁ ଷ୍ଟିମ ଦିଅନ୍ତୁ ଏବଂ ବାହାର କରି ରଖି ଦିଅନ୍ତୁ ।
ଏବେ ଏକ ବାଉଲରେ ୧୫୦ ଗ୍ରାମ ଦହି, ୧ ଚାମଚ ଶୁଖିଲା ଲଙ୍କା ବଟା,ଅଧ ଚାମଚ କଳା ଲୁଣ, ଅଧ ଚାମଚ ଚାଟ ମସଲା, ୧ ଚାମଚ ପୋଦିନା, ୨ ଚାମଚ ଧନିଆ ଗୁଣ୍ଡ ପକାଇ ମିଶାନ୍ତୁ । ଏବେ ରଖିଥିବା ଢୋକଲାକୁ କାଟି ଦିଅନ୍ତୁ ।
କଡ଼ାଇରେ ୧୫ ମି.ଲି ତେଲ, ଅଧ ଚାମଚ ସୋରିଷ, ଦେଢ ଚାମଚ ଅଦା ଓ ରସୁଣ ବଟା ପକାଇ ଫ୍ରାଇ କରନ୍ତୁ । ଏବେ ଢୋକଲାକୁ ଏଥିରେ ବୁଡ଼ାଇ କଡ଼ାଇରେ ତେଲ ପକାଇ ସାମାନ୍ୟ ସେକନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ସ୍ୱାଦିଷ୍ଟ ଢୋକଲା ।