Only for Entertainment

ଭୁବନେଶ୍ୱରରେ ତନ୍ଦୁରୀ ଚା’ର ସ୍ୱାଦ ।

kanaknews
0 39

ଚାହାରେ ମିଳିବ ଚିକେନର ସ୍ୱାଦ । ପୁଣେ ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଖୋଲିଛି ତନ୍ଦୁରୀ ଚା’ର ଆଉଟଲେଟ୍ । ତନ୍ଦୁରୀ ରୁଟି, ତନ୍ଦୁରୀ ଚିକେନର ମଜା ନେବା ପରେ ଏବେ ଆପଣଙ୍କୁ ସ୍ମାର୍ଟ ସିଟିରେ ମିଳିଯିବ ତନ୍ଦୁରୀ ଚା’ର ମଜା । ନିଆଁରେ ତାତିଥିବା ମଟକା ବା ମାଟିର କଳସୀରେ ଚା’ ଢ଼ାଳିବା ପରେ ଏହାକୁ ପିତ୍ତଳ ପାତ୍ରରେ ଢ଼ାଳିବା ଭିତରେ ଚା’ର ଟେଷ୍ଟ ଅନେକାଂଶରେ ବଦଳିଯାଇଥାଏ ।

ଏହି ଚାରେ ତନ୍ଦୁରୀ ଚିକେନ, ତନ୍ଦୁରୀ ନାନ, ତନ୍ଦୁରୀ ପନିର ଟିକ୍କା ଭଳି ସ୍ୱାଦ ଏଥିରେ ସାମିଲ କରାଯାଇଥାଏ । ତେବେ ତନ୍ଦୁରୀର ଫ୍ଲେବର ଆଣିବା ପାଇଁ ପ୍ରଥମେ ମାଟିର ଚା କପକୁ ତନ୍ଦୁରର ନିଆଁରେ ପକାଯାଇଥାଏ । ଏହି ମାଟି କପଟି ପୁରା ଗରମ ହୋଇଯିବା ପରେ ତିଆରି ହୋଇଥିବା ଚା ସେଥିରେ ଢ଼ଳାଯାଇଥାଏ । ଚା ଢ଼ାଳିବାର ମଧ୍ୟ କିଛି ଅଲଗା ଶୈଳୀ ରହିଛି । ଚା ଢ଼ାଳିବା ମାତ୍ରେ ହିଁ ସେଥିରୁ ପାଣି ଫୋଟକା ବାହାରିଥାଏ । ଆଉ ଏହାସହ ପ୍ରସ୍ତୁତ ହୋଇଥାଏ ତନ୍ଦୁରୀ ଚା । ବାସ୍ ଏହାପରେ ଏହି ଗରମା ଗରମ ତନ୍ଦୁରୀ ଚାହା ଗ୍ରାହକଙ୍କୁ ପରଷା ଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More