Only for Entertainment

ମଲ ମଧ୍ୟରେ ଗୁଣ୍ଡାଙ୍କୁ ଖୁବ ପିଟିଲେ କିୟାରା ଆଡ଼ବାଣି

33

ବିଗତ ୨୦ ପରେ ଏକା ସାଙ୍ଗରେ ପରଦାରେ ନଜର ଆସିବେ ଅଜୟ ଦେବଗନ ଏବଂ ସୈଫ ଅଲି ଖାନ । ଶେଷ ଥର ପାଇଁ ଉଭୟଙ୍କୁ ଫିଲ୍ମ ‘କଚ୍ଚେ ଧାଗେ’ରେ ଦେଖିବାକୁ ମିଳିଥିଲା । ତେବେ ଏହା ଦର୍ଶକଙ୍କ ପାଇଁ ନିହାତି ଭାବରେ ଏକ ଖୁସି ଖବରଯେ ଦୁଇଜଣଙ୍କୁ ପୁଣିଥରେ ବହୁ ବର୍ଷ ପରେ ଧମାକା କରୁଥିବାର ଦେଖିବାକୁ ମିଳିବ । ଏବେ ଅଜୟ ଏବଂ ସୈଫଙ୍କ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିଅର’ର ସୁଟିଂ ଜାରି ରଖିଛନ୍ତି । ଏବେ ଫିଲ୍ମର ଗୋଟିଏ ପରେ ଗୋଟିଏ ପୋଷ୍ଟର ସାମ୍ନାକୁ ଆସୁଛି । ପୋଷ୍ଟରରେ ଦୁଇ ଆକ୍ଟରଙ୍କ ଲୁକ ଖୁବ ଜବରଦସ୍ତ ହୋଇଛି ।

 

ଏଭଳି ଐତିହାସିକ ଫିଲ୍ମରେ ଉଭୟଙ୍କ ରୟାଲ ଲୁକ ଦର୍ଶକଙ୍କୁ ଦିୱାନା କରିବ । ଅଜୟ ଦେବଗନ ଓ କାଜୋଲ ଫିଲ୍ମରେ ପତି ପତ୍ନୀ ଭାବରେ ନଜର ଆସିବେ । ଏହି ଫିଲ୍ମ ଛତ୍ରପତି ଶିବାଜୀ ମହାରାଜାଙ୍କ ସେନାପତି ତାନାଜୀ ମାଲସୁରେଙ୍କ ଜୀବନୀ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More