Only for Entertainment

ଆମେରିକାରେ ଅସଦାଚରଣର ଶିକାର ହେଲେ କାଜୋଲଙ୍କ ଭଉଣୀ ତନିଷା

22

ବଲିଉଡ୍‌ ଅଭିନେତ୍ରୀ କାଜୋଲଙ୍କ ଭଉଣୀ ତନିଷା ମୁଖାର୍ଜୀ ଆମେରିକାରେ ଅସଦାଚରଣର ଶିକାର ହୋଇଥିବା ଜଣା ପଡ଼ିଛି । ଏକ ସାକ୍ଷାତକାରରେ ଯୋଗ ଦେଇ, ବର୍ଣ୍ଣବୈଷମ୍ୟତା ଓ ଭେଦଭାବ ପାଇଁ ତାଙ୍କ ସହ ଏପରି ବ୍ୟବହାର କରାଯାଇଥିବା ଦାବି କରିଛନ୍ତି ତନିଷା ।

Tanisha

ସୂଚନା ମୁତାବକ, ତନିଷା କ୍ରାଇ ଆମେରିକାନ୍‌ ଚାରିଟି ଗାଲା ଇଭେଣ୍ଟରେ ଯୋଗ ଦେବାକୁ ଆମେରିକା ଯାଇଥିଲେ । ଏହା ସମୟରେ ସେ ନିଜ ସାଙ୍ଗମାନଙ୍କ ସହ ପାଖ ରେସ୍ତୋରାଁକୁ ଯାଇଥିବା ବେଳେ ଜଣେ ଯୁବକ ତନିଷାଙ୍କ ସହ ଅସଦାଚରଣ କରିଥିଲେ ।

 

ତନିଷା ଶାନ୍ତ ରହିବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣଙ୍କ ଖରାପ ଭାଷା ପ୍ରୟୋଗ କରି ଗାଳି ଦେବାକୁ ଲାଗିଥିଲେ । ଏ ମଧ୍ୟରେ ରେସ୍ତୋରାଁର କିଛି କର୍ମଚାରୀ ତନିଷା ଏବଂ ତାଙ୍କ ସାଙ୍ଗମାନଙ୍କୁ ଦେଖି, ଏମାନଙ୍କୁ ଦେଖି ଲାଗୁଛି, ଏମାନେ ଇଂରାଜୀ କହି ପାରୁ ନଥିବେ ବୋଲି କହି କମେଣ୍ଟ କରିଥିଲେ । ଯାହା ତନିଷା ଏବଂ ତାଙ୍କ ସାଙ୍ଗମାନଙ୍କ ପାଇଁ ଅପମାନଜନକ ଥିବା ବେଳେ ତନିଷା ଏହାକୁ ବର୍ଣ୍ଣବୈଷମ୍ୟ ଭେଦଭାବ ବୋଲି କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଆମେରିକାରେ ଏଭଳି ପରିସ୍ଥିତିର ସାମ୍ନା କରିବା ମୋର ଏବଂ ମୋ ବନ୍ଧୁମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ଏହା ପୂର୍ବରୁ ମୋ ସହ ଏଭଳି କେବେ ଘଟି ନ ଥିଲା । ମୁଁ ପୁଲିସକୁ ଡ଼କାଇବାକୁ କହିଥିଲେ ମଧ୍ୟ ରେସ୍ତୋରାଁ କର୍ମଚାରୀ ଡ଼ାକିବାକୁ ମନା କରି ଦେଇଥିଲେ ବୋଲି କହିଛନ୍ତି ତନିଷା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More