Only for Entertainment

୧୦ବର୍ଷ ଇଣ୍ଡଷ୍ଟ୍ରିରୁ ଦୂରରେ ରହିବା ପରେ ତନୁଶ୍ରୀ ଦତ୍ତା #ମିଠୁ ଦ୍ୱାରା ମଚାଇ ଦେଇଥିଲେ ହଇଚଇ !

30

ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଆଜି ଆପଣ ୩୫ତମ ବର୍ଥଡେ ସେଲିବ୍ରେଟ କରୁଛନ୍ତି । ୧୯ମାର୍ଚ୍ଚ ୧୯୮୪ରେ ଜମଶେଦପୁରରେ ଜନ୍ମ ହୋଇଥିବା ତନୁଶ୍ରୀ ବଲିଉଡରେ ଅନେକ ଫିଲ୍ମରେ କରିଛନ୍ତି । ମାତ୍ର ସେ ଫିଲ୍ମରୁ ଅଧିକ ବିବାଦ ପାଇଁ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଅଚାନକ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ୧୦ବର୍ଷ ପାଇଁ ସେ ବିଦେଶ ଚାଲି ଯାଇଥିଲେ । କିନ୍ତୁ ୨୦୧୮ରେ ପୁଣି ଭାରତ ଫେରି ଏକ ସାକ୍ଷାତକାରରେ ନିଜ ସହ ହୋଇଥିବା ଶୋଷଣ କଥା କହି ଚର୍ଚ୍ଚାରେ ରହିଥିଲେ । ୧୦ବର୍ଷ ତଳେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ’ ସୁଟିଂ ବେଳେ ତାଙ୍କ ସହ ଘଟିଥିବା କିଛି ଘଟଣା କୁ ନେଇ ନାନା ପାଟେକର ଦାୟୀ ବୋଲି କହିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ତନୁଶ୍ରୀ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ଟପ୧୦ଫାଇନାଲିଷ୍ଟଙ୍କ ମଧ୍ୟରୁ ଜଣେ ଥିଲେ । ଏହି କାରଣରୁ ଲାଇମ ଲାଇଟକୁ ଆସିଥିଲେ ଏବଂ ବଲିଉଡରେ ତାଙ୍କୁ କାମ ମିଳିଥିଲା । ତନୁଶ୍ରୀଙ୍କୁ ମଡେଲିଂ କରିବା ଖୁବ ପସନ୍ଦ ଥିଲା ଏହିକାରଣରୁ ସେ ପାଠ ପଢା ଛାଡି ଦେଇଥିଲେ । ମଡେଲିଂ କୋର୍ସ କରିଥିଲେ । ସେ ବିକମ ଅଧାରୁ ହିଁ ପାଠ ପଢା ଛାଡି ଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଖୁବ କମ ଲୋକଙ୍କୁ ଜଣା ଯେ ତନୁଶ୍ରୀଙ୍କ ଭଏସ ଖୁବ ସୁନ୍ଦର ଏବଂ ସେ ଗୀତ ମଧ୍ୟ ଗାଆନ୍ତି । କିନ୍ତୁ ସେ କେବେ ବି ଏହାର ବ୍ୟବହାର ଇଣ୍ଡଷ୍ଟ୍ରିରେ କରି ନାହାନ୍ତି । ଏବେ ତନୁଶ୍ରୀ ଆମେରିକାରେ ନିଜର ଜୀବନ ବିତାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More