Only for Entertainment

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ‘ମୁଭି ଶାଣ୍ଢ କି ଆଁଖ’ ର ଆଉ ଏକ ଗୀତ ‘ଓମନିଆ’ !

11

ଆଗାମୀ ବଲିଉଡ୍ ମୁଭି ଶାଣ୍ଢ କି ଆଁଖ’ର ଆଉ ଏକ ଗୀତ ‘ଓମନିଆ’ ମୁକ୍ତିଲାଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ତାପସି ପନ୍ନୁ ଓ ଭୂମି ପେଡନେକରଙ୍କୁ ଦେଖିବାକୁ ମିଳିବ । ସିନେମାରେ ଉତ୍ତରପ୍ରଦେଶର ପ୍ରସିଦ୍ଧ ସୁଟର୍ ଦାଦି – ପ୍ରକାଶି ତୋମାର୍ ଓ ଚନ୍ଦ୍ରୋ ତୋମାର୍ ଚରିତ୍ରରେ ନଜର ଆସିବେ ଏହି ଦୁଇ ସୁନ୍ଦରୀ । ସିନେମାରେ ଭୂମି ପେଡନେକର ୮୭ ବର୍ଷିୟ ଚାନ୍ଦ୍ରୋ ତୋମାର ଚରିତ୍ର ତୁଲାଉଥିବା ବେଳେ ତାପସି ନଜର ଆସିବେ ପ୍ରକାଶି ତୋମାର୍ ଚରିତ୍ରରେ । ରିଲିଜ୍ ହୋଇଥିବା ଏହି ଗୀତରେ ଦୁହିଁଙ୍କ ସୁଟର୍ ହେବାର ଯାତ୍ରା ଦେଖିବାକୁ ମିଳିଛି ।

ବିଶାଲ୍ ମିଶ୍ରାଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ବିଶାଲ ଦଦଲାନୀ ଓ ବିଶାଲ ମିଶ୍ରା ଙ୍କ ଆକର୍ଷଣୀୟ ଗାୟିକୀ । ଏହାର ଲିରିକ୍ସ ଦେଇଛନ୍ତି ରାଜ୍ ଶେଖର୍ । ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ତୁଷାର୍ ହିରାନନ୍ଦାନି । ୨୫ ଅକ୍ଟୋବର୍ ଦିପାବଳୀ ଅବସରରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More