Only for Entertainment

ବିଦେଶୀ ବ୍ୟାଡମିଂଟନ ପ୍ଲେୟରଙ୍କ ସହ ଚାଲିଛି ତାପସୀଙ୍କ ଅଫେୟର !

hsmedia.in
0 45

ବଲିଉଡ ର ଶବାନା ଅର୍ଥାତ ତାପସୀ ପନ୍ନୁ କାହାକୁ ଡେଟ କରୁଛନ୍ତି ଏହା ନେଇ ଚର୍ଚ୍ଚା ଚାଲିଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ତାପସୀଙ୍କ ପ୍ରେମିକ ବିଦେଶୀ ଅଟନ୍ତି । ଖେଳାଳୀ ମ୍ୟାଥିଉସଙ୍କ ସହ ତାଙ୍କର ସମ୍ପର୍କ ଘନିଷ୍ଠ ହେବାରେ ଲାଗିଲାଣି । ବିଗତ ୪ବର୍ଷ ହେଲା ତାପସୀଙ୍କର ମ୍ୟାଥିଉସଙ୍କ ସହ ପ୍ରେମ ସମ୍ପର୍କ ରହିଆସିଲାଣି । ଦୁହେଁ ନିଜର ସମ୍ପର୍କକୁ ନେଇ ବହୁତ ସିରିୟସ ଅଛନ୍ତି । ତାପସୀ କିଛି ଦିନ ହେବ ମ୍ୟାଥିଉସଙ୍କ ସହ ଗୋଆରେ ଛୁଟି ମନାଇ ମୁମ୍ବାଈ ଫେରିଛନ୍ତି । ତାପସୀଙ୍କ ସହ ଭଉଣୀ ଶଗୁନ ମଧ୍ୟ ଗୋଆ ଯାଇଥିଲେ ।

ତାପସୀ ନୂଆ ବର୍ଷରେ ନିଜ ବୟଫ୍ରେଣ୍ଡଙ୍କ ସହ ନଥିଲେ କାରଣ ମ୍ୟାଥିଉସଙ୍କୁ ପ୍ରିମିଅର ବ୍ୟାଡମିଂଟନ ଲିଗ ପାଇଁ  ଲଖନଉ ଯିବାକୁ ପଡିଥିଲା । ବର୍ତ୍ତମାନ ତାପସୀ କେବଳ ମ୍ୟାଥିଉସଙ୍କ ସହ ନୁହେଁ ବରଂ ତାଙ୍କ ପରିବାର ସହ ମଧ୍ୟ ଭଲଭାବେ ସମ୍ପର୍କ ସ୍ଥାପନ କରିସାରିଲେଣି । ବିଶେଷ ସୂତ୍ରରୁ ପ୍ରକାଶ ଯେ ମ୍ୟାଥିଉସଙ୍କ ପରିବାର ଯେବେ ବି ମୁମ୍ବାଇ ଆସନ୍ତି ତାପସୀ ତାଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ତାଙ୍କ ପରିବାର ସହ ସମୟ ଅତିବାହିତ କରିଥାଆନ୍ତି । ମ୍ୟାଥିଉସଙ୍କ ଘର ଲୋକ ମଧ୍ୟ ତାପସୀଙ୍କୁ ଖୁବ ପସନ୍ଦ କରନ୍ତି ବୋଲି ଶୁଣିବାକୁ ମିଳୁଛି ଏବଂ ଦୁହେଁ ଯଥାଶୀଘ୍ର ଦୁହିଁଙ୍କ ନାଁରେ ଯୋଡି ହୋଇଯାଆନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି । ମାତ୍ର ଏପରି ଦୁହିଁଙ୍କ ମୁହଁରୁ କିଛି ଶୁଣିବାକୁ ମିଳିନାହିଁ । କାରଣ ଦୁହେଁ ନିଜ ନିଜ ଉତ୍ତମ କ୍ୟାରିଅର ବନାଇବା ବ୍ୟସ୍ତତା ମଧ୍ୟରେ ଛନ୍ଦି ହୋଇରହିଛନ୍ତି ।

ଦୁହେଁ ଦୁହିଁଙ୍କ ସହ ଖୁସି ଅଛନ୍ତି ମାତ୍ର ଏହି ସମ୍ପର୍କକୁ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧିବା ପାଇଁ ଚାହାଁନ୍ତି ନାହିଁ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More