Only for Entertainment

ଅଲ୍ଲୀଙ୍କ ସପୋର୍ଟରେ ତାପ୍‌ସୀ, ନିଜ ଦେଶକୁ ସମର୍ଥନ କରିବାରେ କୌଣସି ଭୁଲ ନାହିଁ

30

ପୁଲଓ୍ଵାମା ଆକ୍ରମଣ ପରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଯେଉଁ ଭାଷଣ ଦେଇଥିଲେ, ତାକୁ ସମର୍ଥନ କରି ‘ହ୍ଵାଟ୍‌ ଏ ସ୍ପିଚ୍‌’ ବୋଲି କହିଥିଲେ ଅଭିନେତା ଅଲ୍ଲୀ ଜଫର । ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଇଥିଲା । ଏବେ ଅଲ୍ଲୀ ଜଫରକୁ ସମର୍ଥନ କରି ତାପ୍‌ସୀ ପନ୍ନୁ ଟୁଇଟ୍‌ କରିଥିବା ଦେଖା ଯାଇଛି । ଅଲ୍ଲୀଙ୍କ ସହ ଫିଲ୍ମ ‘ଚଷ୍‌ମେ ବଦୁର’ରେ ନଜର ଆସିଥିବା ତାପ୍‌ସୀ ଏକ ସାକ୍ଷାତକାରରେ ଅଲ୍ଲୀଙ୍କୁ ସମର୍ଥନ କରିଥିବା ଦେଖାଯାଇଛି ।

ତାଙ୍କ କହିବା ଅନୁଯାୟୀ, ମୁଁ ବୁଝି ପାରୁ ନାହିଁ, ଜଣେ ପାକିସ୍ତାନୀ ହୋଇ ଅଲ୍ଲୀ କ’ଣ ପାଇଁ ଗୋଟେ ଏମିତି ଦେଶକୁ ସମର୍ଥନ କରିବେ, ଯେଉଁ ଦେଶର ସେ ବାସିନ୍ଦା ନୁହନ୍ତି । ଜଣେ ପାକିସ୍ତାନୀ ହୋଇ ପାକିସ୍ତାନକୁ ସମର୍ଥନ କରି ସେ କିଛି ଭୁଲ କରିଛନ୍ତି ବୋଲି ମୁଁ ଭାବୁ ନାହିଁ । ଯଦି ମୁଁ ଏବେ ମୋ ଦେଶକୁ ସମର୍ଥନ କରିବି, ତେବେ ପାକିସ୍ତାନୀମାନଙ୍କ ଦ୍ୱାରା ଟ୍ରୋଲ ହେବି । ମୋ ହିସାବରେ ଅଲ୍ଲୀ ଯାହା କରିଛନ୍ତି ଠିକ୍‌ କରିଛନ୍ତି ବୋଲି କହିଥିଲେ ତାପ୍‌ସୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More