Only for Entertainment

କ’ଣ ତାରା ସୁତାରିଆ କରିବେ କି ରଣବୀର-ହ୍ରିତିକଙ୍କ ସହିତ ରୋମାନ୍ସ

bollywood tadka
28

ବଲିଉଡ ଅଭିନେତ୍ରୀ ତାରା ସୁତାରିଆ ଏବେ ନିଜର ଗ୍ଲାମରସ ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଖବର ଅନୁସାରେ ତାରା ଏକ ଫିଲ୍ମରେ ଅଭିନେତା ରଣବୀର କପିର ଏବଂ ହ୍ରିତିକ ରୋଶନଙ୍କ ସହିତ ରୋମାନ୍ସ କରିବାକୁ ଚାହାଁନ୍ତି । ତାରା ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ରୁ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ପରେ ସେ ନିର୍ଦ୍ଦେଶକ ମିଳାପ ଜବେରୀଙ୍କ ଫିଲ୍ମ ‘ମରଜାୱା’ର ସୁଟିଂ କରିବେ ।

ତାରା କହିଛନ୍ତି, ‘ମୋ ପାଖରେ ଏବେ ୩ଟି ଫିଲ୍ମ ଅଛି । ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ର ପ୍ରମୋଶନ ପରେ ମୁଁ ‘ମରଜାୱାର’ର ସୁଟିଂ ପୂରା କରିବି । ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରିତେଶ ଦେଶମୁଖ ମଧ୍ୟ ଅଛନ୍ତି । ଏହା ଏକ ଲଭ ଡ୍ରାମା ଫିଲ୍ମ ଯେଉଁଥିରେ ଆକ୍ସନ-ଥ୍ରିଲର ମଧ୍ୟ ଭରପୂର ରହିଛି । ଆପଣ ମୋତେ ଏହି ଫିଲ୍ମରେ ଏକ ଭିନ୍ନ ଅବତାରରେ ଦେଖିବେ । ଏବଂ ମୋତେ ଲାଗୁଛି ଏପରି ରୋଲ ପୂର୍ବରୁ କୌଣସି ୟଙ୍ଗ ଅଭିନେତ୍ରୀ ତୁଲାଇଥିବେ ବୋଲି ଲାଗୁନି’ ।

tara sutaria

ଏହା ସହ ତାରା କହିଛନ୍ତି ଯେ, ଆଉ ଏକ ଫିଲ୍ମ ରହିଛି ଯାହାର ନିର୍ଦ୍ଦେଶନା ତୁଲାଇବେ ମିଲନ ଲିଥରିଆ । ଏହି ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ । କିନ୍ତୁ ଏହା ସାଉଥ ସୁପରହିଟ ଫିଲ୍ମ ଆରଏକ୍ସ ୧୦୦ର ରିମେକ । ଏହି ଫିଲ୍ମ ଜରିଆରେ ସୁନିଲ ସେଟ୍ଟୀଙ୍କ ପୁଅ ଅହାନ ବଲିଉଡ ଡେବ୍ୟୁ କରିବେ ।

ନିଜର ଡ୍ରିମ ଡିରେକ୍ଟର, ଡ୍ରିମ ହିରୋ ଏବଂ ଡ୍ରିମ ରୋଲ ବିଷୟରେ ତାରା କହିଛନ୍ତି, କରଣ ଜୋହର ଏବଂ ସଂଜୟ ଲୀଲା ଭଂସାଲୀ ତାଙ୍କ ପସନ୍ଦର ନିର୍ଦ୍ଦେଶକ । ଦୁହିଁଙ୍କ ଫିଲ୍ମରେ କାମ କରିବା ପାଇଁ ସେ ଚାହାଁନ୍ତି । ସେହିପରି ରଣବୀର କପୁର ଏବଂ ହ୍ରିତିକ ରୋଶନ ତାଙ୍କର ପ୍ରିୟ ଅଭିନେତା । ଦୁହିଁହ୍କ ସହିତ ପରଦାରେ ରୋମାନ୍ସ କରିବା ତାରାଙ୍କ ଡ୍ରିମ ବୋଲି ସେ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More