Only for Entertainment

ଘରେ ଆଜି ହିଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଆଣ୍ଡ ଦେଲ୍ଦୀ ଫ୍ରୁଟ ରାଇତା

Indian vegetarian recipes
38

ଆଜିକାଲି ଖାଇବା ପୂର୍ବରୁ ଜାଣିବା ଦରକାର ଯେ ଆମେ ଯେଉଁ ସବୁ ଖାଦ୍ୟ ଖାଉଛେ ତାହା କେତେ ସ୍ୱାସ୍ଥ୍ୟକର । ଏହି ମାମଲାରେ ଆପଣ ଫ୍ରୁଟ ରାଇତା ଖାଇପାରିବେ ଯାହା କେବଳ ହେଲ୍ଦୀ ନୁହେଁ ଖୁବ ଟେଷ୍ଟି ମଧ୍ୟ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ସାମଗ୍ରୀ –
ଦହି- ୪ କପ, ସପୁରୀ – ୨ କପ କଟା ହୋଇଥିବା, କଦଳୀ-୩ଟି, ସେଓ- ୩ଟି କଟା ହୋଇଥିବା, ଡାଳିମ୍ବ ମଂଜି-୨ କପ, ଚାଟ ମସଲା – ୧ ଚାମଚ, ରାଇତା ମସଲା- ୨ ଚାମଚ, ଚିନି- ୧ ଚାମଚ, ଗୋଲମରିଚ- ଅଧା ଚାମଚ, ଲୁଣ- ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ-
ଏକ ବଡ ପାତ୍ରରେ ଦହୀ ନିଅନ୍ତୁ ବର୍ତ୍ତମାନ ସେଥିରେ ଚିନ. ଲୁଣ , ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ । ଯେଉଁ ପର୍ଯ୍ୟନ୍ତ ଦହି ଭଲ ଭାବେ ଫେଣ୍ଟି ନ ହୋଇଛି ସେପର୍ଯ୍ୟନ୍ତ ଭଲ ଭାବେ ମିକ୍ସ କରନ୍ତୁ । ବର୍ତ୍ତମାନ ଏହି ମିଶ୍ରଣରେ ସମସ୍ତ ଫଳ ପକାଇ ମିଶାନ୍ତୁ । ଏହି ମିଶ୍ରଣକୁ ଥଣ୍ଡା ହେବା ପାଇଁ ୧୫ ମିନିଟ ଫ୍ରିଜରେ ରଖି ବାହାର କରନ୍ତୁ । ପ୍ରସ୍ତୁତ ହୋଇଗଲା ଆପମଙ୍କ ଫ୍ରୁଟ ରାଇତା । ଏହାକୁ ଏବେ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More