Only for Entertainment

ବିଭିନ୍ନ ରୋଗରୁ ମୁକ୍ତି ପାଇଁ ଖରାଦିନେ ପିଅନ୍ତୁ ଏହି ଚା ।

35

ପୁଦିନା ପେଟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଭରପୂର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ପୁଦିନାର ଚା’ ତିଆରି କରିବା ପାଇଁ ଫୁଟୁଥିବା ପାଣିରେ ପୁଦିନା ପତ୍ର ପକାଇ ୧୦-୧୫ମିନିଟ୍‌ ଫୁଟାଇ ଦିଅନ୍ତୁ । ଏହା ପରେ ଏହାକୁ ଛାଣି ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ପେଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।

 

ତୁଳସୀ ଚା’ ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯିବା ସହ ଶରୀର ସୁସ୍ଥ ରହିଥାଏ । ପାଣି ଫୁଟିଯିବା ପରେ ତଳକୁ ଓହ୍ଲାଇ ସେଥିରେ ୬-୭ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ । ୨ମିନିଟ୍‌ ପରେ ଏହାକୁ ଛାଣି ସେଥିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ପେଟ, ଆଖି, କିଡ୍‌ନୀ, ଲିଭର ଇତ୍ୟାଦି ସୁସ୍ଥ ରହିଥାଏ ।

 

ପିଆଜ ଚା’ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଦେଢ଼ କପ ପାଣି ଫୁଟାଇ ସେଥିରେ କଟା ପିଆଜ ପାକାଇ ଦିଅନ୍ତୁ । ପରେ ତଳକୁ ଓହ୍ଲାଇ ସେଥିରେ ଗ୍ରୀନ୍‌ ଟି ବା ଗ୍ରୀନ୍‌ ଟି ବ୍ୟାଗ୍‌ ପକାଇ ଘୋଡ଼ାଇ ଦିଅନ୍ତୁ । ୨ମିନିଟ୍‌ ପରେ ଏହାକୁ ଛାଣି ସେଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More