Only for Entertainment

ଗୁୁରୁ ଦିବସ ମୌକାରେ ଆସନ୍ତୁ ଦେଖିବା ସେମିତି କିଛି ପପୁଲାର ବଲିଉଡ ମୁଭି !

68

ସତ ହେଉ କି କାଳ୍ପନିକ ।ସାମାଜିକ ବିଷୟବସ୍ତୁ ହେଉକି ଚର୍ଚ୍ଚିତ ବ୍ୟକ୍ତିଙ୍କ ଜୀବନୀ । ଏହି ସବୁକୁ ନେଇ ବଲିଉଡରେ ପ୍ରସ୍ତୁତ ହୁଏ ଭଳିକି ଭଳି ଫିଲ୍ମ । ସେହିପରି ଖାସ ଦିନ ଗୁଡିକ ଆମ ଫିଲ୍ମ ମେକର ପରଦାରେ ଖୁବ ନିଖୁଣ ଭାବେ ତୋଳି ପ୍ରସ୍ତୁତ କରିଥାନ୍ତି ମନଛୁଆଁ ସିନେମା । ଗୁୁରୁ ଦିବସ ମୌକାରେ ଆସନ୍ତୁ ଦେଖିବା ସେମିତି କିଛି ପପୁଲାର ବଲିଉଡ ମୁଭି ।ଯାହାକ ବିଟାଉନରେ ନିଜ ଛାପ ଛାଡିଛି ।

ଗୁରୁ ଶିଷ୍ୟ ନିଆରା ସର୍ମ୍ପକକୁ ନେଇ ବଲିଉଡରେ ପ୍ରସ୍ତୁତ ହୋଇଛି ଏକ ସେ ବଡ କର ଏକ ଫିଲ୍ମ । ବେଶ ନିଖୁଣଭାବେ ଫିଲ୍ମ ମେକର ଗୁରୁ ଶିଷ୍ୟ ସର୍ମ୍ପକକୁ ନେଇ ପରଦାକୁ ଆଣିଛନ୍ତି ମନଛୁଆଁ ସିନେମା । ଗୁରୁ ଦିବସ ମୌକାରେ ନଜର ପକାଇବା ଏମିତି କିଛି ଫିଲ୍ମ ଉପରେ ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିପାରିଛି ।

ସୁପର ୩୦
ନିକଟରେ ରିଲିଜ ହୋଇଥିଲା ହ୍ରିତିକ ରୋଶନ ଅଭିନୀତ ସୁପର ୩୦ । ବିହାର ବିଶିଷ୍ଠ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ପଯ୍ୟବେସିତ ହୋଇଥିବା ଏହି ଫିଲ୍ମରେ ହ୍ରିତିକଙ୍କ ବଳିଷ୍ଟ ଅଭିନୟ ଦେଖିବାକୁ ମିଳିଥିଲା । ବସ୍ତି ପିଲାଙ୍କୁ ଜ୍ଞାନ ଦେଇ ହ୍ରିତିକ କିଭଳି ଆଇଆଇଟି ଛାତ୍ରଛାତ୍ରୀ କରୁଛନ୍ତି ଏହାକୁ ନେଇ ଗତିଶୀଳ ହୋଇଥିଲା ସୁପରଥାଟି । ଫିଲ୍ମର କାହାଣୀ ସହ ହ୍ରିତିକଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

ହିଚକୀ
ବେଶ କିଛି ଦିନରେ ବ୍ରେକ ପରେ ଗତବର୍ଷ ପରଦାକୁ ଫେରିଥିଲେ ରାଣୀ ମୁଖାର୍ଜୀ । ଅନୋଖା କାହାଣୀରେ ଥିଲା ଗୁରୁ ଶିଷ୍ୟ ସର୍ମ୍ପକର ନିଆରା କଥା । ବସ୍ତି ଅଂଚଳର ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଗୁରୁ ବନିଥିଲେ ରାଣୀ । କଥା କହିବା ପାଇଁ ସମସ୍ୟା ହେଉଥିଲେ ବି କିଭଳି ହାର ନମାନି ସେ ପିଲାଙ୍କୁ ଶିକ୍ଷିତ କରାଇଥିଲେ ତାହାକୁ ନେଇ ଗଡି ଉଠିଥିଲା ଫିଲ୍ମ ହିଚକୀ

ଆରକ୍ଷଣ
ବଲିଉଡ ବିଗ ବି ଅମିତାଭ ବଚ୍ଚନଙ୍କୁ ଦର୍ଶକ ବିଭିନ୍ନ ଚରିତ୍ରରେ ଦେଖିବାକୁ ପାଇଛନ୍ତି । ଅନେକ ଫିଲ୍ମରେ ବିଗ ବି ଶିକ୍ଷକ ଭୁମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ମୋହବତେଁ ହେଉ କି ଆରକ୍ଷଣ । ଶିକ୍ଷକ ଭୁୂମିକାରେ ତାଙ୍କରା ଚମକ୍ରାର ଅଭିନୟ ଦେଖିବାକୁ ମିଳିଛି । ମୋହବତେଁରେ ଅମିତାଭ ଜଣେ ଆଦର୍ଶ ଶିକ୍ଷକ ଭୁମିକାରେ ନଜର ଆସିଥିଲେ । କଠୋକ ଶାସନ ଓ ନିୟମ ଭିତରେ ଚଳାଉଥିଲେ ଗୁରୁକୁଳ । ସେହିପରି ଆରକ୍ଷଣ ଫିଲ୍ମରେ ଫ୍ରିନ୍ସପାଲ ଭୁମିକାରେ ଦମଦାର ଅଭିନୟ କରିଥିଲେ

ତାରେ ଜମିନ ପର
ଗୁରୁ ଶିଷ୍ୟ ସର୍ମ୍ପକ କଥା ଯଦି ପଡେ ୨୦୦୭ରେ ତାରେ ଜମିନ ପର କଥା ସିନେପ୍ରେମୀଙ୍କ ମନରେ ଉଙ୍କିମାରେ । ଆମୀର ଖାନ ଓ ଦର୍ଶିଲ ସଫାରୀଙ୍କ ଏହି ଫିଲ୍ମ କେବଳ ହିଟ ସାବ୍ୟସ୍ତ ହୋଇନଥିଲା ବଂର ଦର୍ଶକଙ୍କୁ କିଛି ବାର୍ତା ମଧ୍ୟ ଦେଇଥଲା । ବୋଡିଂ ସ୍କୁଲରେ ଅବୁଝା ଛାତ୍ରକୁ ସଫଳ ଛାତ୍ରରେ ପରିଣତ କରିବାରେ ଶିକ୍ଷକଙ୍କ ଭୁୂମିକା କିଭଳି ଥିଲା ତାହାକୁ ପରଦାରେ ତୋଳିଥିଲେ ନିର୍ଦ୍ଦେଶକ

ଥ୍ରୀ ଇଡିୟଟ
କମେଡି ସହ ଇମୋସନ ମେସେଜ ସହ ମନୋରଞ୍ଜନ । ସବୁ କିଛି ନେଇ ପ୍ରସ୍ତୁତ ହୋଇଥିଲା ବ୍ଲକବଷ୍ଟର ଫିଲ୍ମ ଥ୍ରୀଇଡିଟସ । ଆମୀର ଖାନ,ଆର ମାଧବନ, ସରମନ ଯୋଶୀଙ୍କ ସହ ବୋମନ ଇରାନୀଙ୍କ ଗୁରୁ ଶିଷ୍ୟ ସର୍ମ୍ପକର କାହାଣୀ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ବିନା କୌଣସି ସାଧନରେ ଯଦି ସଠିକ ଲକ୍ଷ୍ୟ ରଖାଯାଏ ତେବେ ସଫଳତା ପାଇବା ସମ୍ଭବ ବୋଲି ବାର୍ତା ଦେଇଥିଲା ଫିଲ୍ମ ଥ୍ରୀ ଇଡିୟଟସ ।

ପାଠଶାଳା
ସାହିଦ କପୁର ଓ ଆୟେଶା ଟାକିଆ ଅଭୀନିତ ପାଠଶାଳାରେ ମଧ୍ୟ ଦେଖିବାକୁ ମିଳିଥିଲା ଗୁରୁ ଶିଷ୍ୟ ସର୍ମ୍ପକର ଅନୋଖା କାହାଣୀ । ଏଜୁକେସନ ସିଷ୍ଟମକୁ ନେଇ ପର୍ଯ୍ୟବେସିତ ହୋଇଥିଲା ପାଠଶାଳା ।ବକ୍ସ ଅଫିସରେ ଫିଲ୍ମ ହିଟ ହୋଇନଥିଲେ ବି ଦର୍ଶକକଙ୍କୁ ବାର୍ତା ଦେଇଥିଲା

ଯଦି ବଲିଉଡ ତାଲିକା ଉପରେ ନଜର ପକାଯାଏ ତେବେ ହାତଗଣତି ନୁହେଁ ବଂର ଅନେକ ପପୁଲାର,ମନଛୁଆଁ ଓ ବଳିଷ୍ଟ କଥାବସ୍ତୁ ନେଇ ପ୍ରସ୍ତୁତ ହୋଇଛି ଗୁରୁଶିଷ୍ୟ ସର୍ମ୍ପକକୁ ନେଇ ଫିଲ୍ମ ।ସେଥିମଧ୍ୟରୁ କିିଛି ସିନେମା ରହିଛି ଯାହା ସିନେପ୍ରେମୀଙ୍କ ମନରେ ସବୁବେଳେ ତାଜା ହୋଇ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More