ରିଲିଜ ହେଲା ସନି ଲିଓନଙ୍କ ବାୟୋପିକର ଟିଜର ।
ଅଭିନେତ୍ରୀ ସନି ଲିଓନ ବଲିଉଡର ଏକ ପରିଚିତ ନାଁ । ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଖୁବ ନାମ କମାଇସାରିଛନ୍ତି । କରଣଜୀତ କୌର ଅର୍ଥାତ ସନି ଲିଓନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସନି ପ୍ରଥମେ ଆଡଲ୍ଟ ଫିଲ୍ମ ଦୁନିଆରେ ପାଦ ରଖିବା ପରେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଭାରତରେ ସେ ଗୁଗୁଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ସେଲିବ୍ରିଟି ମଧ୍ୟ ହୋଇଛନ୍ତି ସତ କିନ୍ତୁ ଅନ୍ୟପକ୍ଷରେ ତାଙ୍କର ଅନେକ ଶୋ’ ବିବାଦ ଘେରରେ ମଧ୍ୟ ରହିଛି ।
ବର୍ତ୍ତମାନ ସନି ଲିଓନ ନିଜ ବାୟୋପିକ ସହିତ ଫେରୁଛନ୍ତି । ଏହା ଏକ ୱେବ ସିରିଜ ଯାହାର ନାମ ରହିଛି ‘କରଣଜୀତ କୌର- ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନି ଲିଓନ’ । ଏହି ୱେବ ସିରିଜରେ ସେ ନିଜେ ଅଭିନୟ କରିଛନ୍ତି । ନିକଟରେ ଏହି ୱେବ ସିରିଜର ଟିଜର ସାମ୍ନାକୁ ଆସିଛି । ଟିଜରକୁ ସନି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ସେୟାର କରି ସନି ଲେଖିଛନ୍ତି, ‘ମୋ ଜୀବନ ଖୁବ ଶୀଘ୍ର ଏକ ଖୋଲା ବହି ହେବ ।’ ଟିଜରରେ ତାଙ୍କ ଜୀବନର ଦୁଇଟି ଅଂଶକୁ ଦେଖିବାକୁ ମିଳିଛି ।
ଆପଣ ମଧ୍ୟ ଦେଖନ୍ତୁ ଟିଜର –
My life will soon be an open book!
My journey from #KarenjitKaur to @sunnyleone premieres on 16th July 2018 only on @ZEE5India – https://t.co/LiOTTxjreZ #ZEE5Originals #KarenjitKaurOnZEE5 @namahpictures @freshlimefilms pic.twitter.com/lzk6ixJMm0— Sunny Leone (@SunnyLeone) July 1, 2018