Only for Entertainment

ହ୍ୟାକ ହେଲା ଟ୍ୱିଟର ସିଇଓଙ୍କ ଆକାଉଂଟ, ଆସୁଛି ଆପତ୍ତିଜନକ ମେସେଜ୍

bbc news
27

ଟ୍ୱିଇଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟାକ ଡୋର୍ସିଙ୍କ ଆକାଉଣ୍ଟ ସୋସିଆଲ ମିଡ଼ିଆରେ ହ୍ୟାକ ହୋଇଛି । ସେହି ଆକାଉଣ୍ଟରୁ ବହୁ ଆପତ୍ତିଜନକ ମେସେଜ କରାଯାଇଥିବା ଅଭିଯୋଗ ହୋଇଛି ।ଜ୍ୟାକଙ୍କ ଟ୍ୱିଇଟର ଆକାଉଣ୍ଟ ଜରିଆରେ ହ୍ୟାକର ତାଙ୍କ ନାଁରେ ବହୁ ଖରାପ ବିବରଣୀ ଦେବା ସହ ତାଙ୍କର ମୁଖ୍ୟାଳୟରେ ବମ ରହିଥିବା ଭ୍ରମ ମଧ୍ୟ ପ୍ରଚାର କରିଥିଲେ । ଆକାଉଣ୍ଟ ହ୍ୟାକ ହୋଇଥିବା ଖବର ପ୍ରଚାର ପରେ ହ୍ୟାକର ସେହି ଟ୍ୱିଇଟକୁ ଡିଲିଟ କରିଦେଇଥିଲେ । କିଛି ଟ୍ୱିଇଟରେ ଚକଲିଙ୍ଗସ୍କେ୍ୱଡ଼ ମଧ୍ୟ ଲେଖାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ହ୍ୟାକର ଜର୍ମାନୀ ସମର୍ଥନ ଟ୍ୱିଇଟ ମଧ୍ୟ କରିଥିଲେ । ଟ୍ୱିଇଟର ମୁଖ୍ୟପାତ୍ର କହିନ୍ତି ଯେ, ସେ ଜାଣିଛନ୍ତି ଜ୍ୟାକଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ଏହା ଉପରେ ତଦନ୍ତ କରାଯାଉଛି ।

ହ୍ୟାକ ପରେ କିଛି ଟ୍ୱିଇଟ ଅଧାଘଣ୍ଟାରୁ ଅଧିକ ସମୟ ତାଙ୍କ ପ୍ରୋଫାଇଲରେ ଥିଲା । ପରେ ଟ୍ୱିଇଟର ଟେକ୍ନିକାଲ ଟିମ ଆକାଉଣ୍ଟ ରିକୋଭର କରିଥିଲେ । ଜ୍ୟାକଙ୍କର ପ୍ରାୟ ୪୨ଲକ୍ଷ ଫଲୋଅର୍ସ ରହିଛନ୍ତି । କିଛି ସମୟ ପରେ ଟ୍ୱିଇଟର ୟୁଜର୍ସ ଟ୍ୱିଇଟ କରି ଟୁ ଷ୍ଟେପ ଭେରିଫିକେସନ ଟ୍ୱିଇଟର ସହ ସଂସ୍ଥାପକଭ୍କ ଆକାଉଣ୍ଟ ସୁରକ୍ଷିତ କଣ ପାଇଁ ରଖିପାରିଲେ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More