Only for Entertainment

ବ୍ଲାଷ୍ଟ ହୋଇଗଲା ଚାର୍ଜରେ ଲାଗିଥିବା ମୋବାଇଲ, ଶୋଇଥିବା ଛାତ୍ରୀଙ୍କ ମୃତ୍ୟୁ

punjabkesari
93

ଚାର୍ଜିଂରେ ଲାଗିଥିବା ସ୍ମାର୍ଟଫୋନ ମୋବାଇଲର ବ୍ୟାଟେରୀ ଫାଟିବାରୁ ଜଣେ ଛାତ୍ରାଙ୍କ ମୃତ୍ୟୁ ହୋଇଯାଇଛି । ସ୍ମାର୍ଟଫୋନ ଖଟ ତକିଆ ତଳେ ରଖା ଯାଇଥିଲା ଏବଂ ଫୋନ ଚାର୍ଜରେ ରଖା ଯାଇଥିଲା । ଘଟଣା କଜଖସ୍ତାନର, ଯେଉଁଠାରେ ଏଲ୍ୟୁଆ ଏସେତ୍କାଇଜି ନାମକ ୧୪ ବର୍ଷୀୟ ଛାତ୍ରୀ ତାଙ୍କ ସ୍ମାର୍ଟଫୋନରେ ଗୀତ ଲଗାଇ ଶୁଣୁ ଶଣୁ ଶୋଇ ପଡ଼ିଥିଲେ । ଏହାପରେ ସକାଳେ ଯେତେବେଳେ ତାଙ୍କ ପରିବାର ରୁମ ମଧ୍ୟକୁ ଗଲେ ଯାଇ ଦେଖିଲେତେ ଛାତ୍ରୀଙ୍କର ମତ୍ୟୁ ହୋଇ ସାରିଥିଲା ଏବଂ ତକିଆ ତଳେ ରଖା ଯାଇଥିବା ସ୍ମାର୍ଟଫୋନ ଫାଟି ପଡ଼ିଥିଲା ।
ଖବର ଅନୁସାରେ ଫୋନଟି ବ୍ଲାଷ୍ଟ ହୋଇ ଯାଇଥିଲା । ଏହି କାରଣରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ପୋଲିସ ମିଡିଆକୁ ଏହାର କାରଣ କହିଥିଲେ । ଫୋନ ଫାଟିବାରୁ ଛାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଫରେନସିକ ରିପୋର୍ଟରୁ ଜଣାପଡ଼ିଛିଯେ ଭୋର ପ୍ରାୟ ୩ଟାରୁ ୪ଟା ମଧ୍ୟରେ ଫୋନ ଅତ୍ୟଧିକ ଗରମ ହୋଇ ଫାଟିଯାଇଛି ।

କିଭଳି ଏହିଭଳି ଘଟଣାରୁ ବଂଚିବେ

୧. ଚାର୍ଜିଂ ସମୟରେ ଫୋନ ବ୍ୟବହାର କରନ୍ତୁ ନାହିଁ
୨. ଚାର୍ଜିଂରେ ଥିବା ସମୟରେ ଫୋନକୁ କାନରେ ଲଗାଇ କଥା ହୁଅନ୍ତୁ ନାହିଁ । ଅତି ଆବଶ୍ୟକ ଥିଲେ ଇୟରଫୋନ ବ୍ୟବହାର କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ଯେପରି ଅଧିକ ସମୟ କଥା ନହୁଅନ୍ତି ।
୩. ଶୋଇବା ସମୟରେ ଫୋନକୁ ନିଜ ଠାରୁ କିଛି ଦୂରରେ ରଖନ୍ତୁ ।
୪. ତକିଆ ତଳେ ବା ପକେଟରେ ଫୋନ ରଖି ଶୁଅନ୍ତୁ ନାହିଁ ।
୫. ଫୋନ ଚାର୍ଜିଂ ପଏଂଟ ବେଡ ଠାରୁ ଦୂରରେ ରଖନ୍ତୁ ।
୬. ଅଧିକ ବ୍ୟବହାର କଲେ ଫୋନ ଗରମ ହୋଇଯାଏ । ତେଣୁ ଫୋନ ଗରମ ହୋଇଗଲେ କିଛି ସମୟ ପାଇଁ ବ୍ୟାଟେରୀ ବାହାର କରି ଦିଅନ୍ତୁ ।
୭. ଫୋନ କିଣିବା ସମୟରେ ନକଲି ବ୍ରାଣ୍ଡ ଠାରୁ ବଂଚନ୍ତୁ । ଗୁଣବତ୍ତା ଚେକ କରି କିଣନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More