Only for Entertainment

ଦାନ୍ତ କହେ ସ୍ୱଭାବ

getty images
0 45

ସାମୂଦ୍ରିକ ଶାସ୍ତ୍ର ଅନୁସାରେ କୁହାଯାଏ ଯେ ବ୍ୟକ୍ତିର ପ୍ରତ୍ୟେକ ଅଙ୍ଗକୁ ଦେଖି ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟକ୍ତିର ଭବିଷ୍ୟତ ବିଷୟରେ ସୂଚନା ମିଳିଥାଏ । ପ୍ରତ୍ୟେକ ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଖୁବ ଇଛୁକ ଥାଆନ୍ତି । ସଫଳ ଭବିଷ୍ୟତ ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରନ୍ତି । ତେବେ ପ୍ରତ୍ୟେକ ସଫଳତା ବିଷୟରେ ଶରୀରର ସମସ୍ତ ଅଙ୍ଗ କିଛି ନା କିଛି ସଙ୍କେତ ଦେଇଥାଏ ।

ସମୂଦ୍ର ଶାସ୍ତ୍ର ଅନୁସାରେ କୁହାଯାଏଯେ ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ଲାଗି ଲାଗି ରହିଥାଏ ସେମାନେ ଖୁବ ଧନଶାଳୀ ହୋଇଥାନ୍ତି । ସେମାନଙ୍କୁ କେବେ ମଧ୍ୟ ଧନର ଅଭାବ ରହି ନଥାଏ । ଏହା ମଧ୍ୟ କୁହାଯାଏଯେ ଯେଉଁ ବ୍ୟକ୍ତିଙ୍କ ଦାନ୍ତ ଲମ୍ବା ଲମ୍ବା ହୋଇଥାଏ ସେମାନେ ମଧ୍ୟ ଠିକ ଏହି ସ୍ୱଭାବର ହୋଇଥାନ୍ତି ।

ଯେଉଁ ଲୋକଙ୍କ ଦାନ୍ତ ଆଗକୁ ବଢିଥାଏ ସେମାନଙ୍କ ଉପରେ ଭଗବାନଙ୍କ କୃପା ଦୃଷ୍ଟି ଅଧିକ ହୋଇଥାଏ ।
ଯେଉଁ ବ୍ୟକ୍ତିଙ୍କ ଦାନ୍ତରେ ଫାଙ୍କା ସ୍ଥାନ ରହିଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି । ଏହା ସହିତ ଏହିଭଳି ବ୍ୟକ୍ତି ବହୁ ଶକ୍ତିଶାଳୀ ମଧ୍ୟ ହୋଇଥାନ୍ତି । ଏମାନେ ଶକ୍ତିର ସହିତ ସମସ୍ତ କାର୍ଯ୍ୟକୁ ସମ୍ପନ୍ନ କରିଥାନ୍ତି ଏବଂ ସଫଳ ହେବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରନ୍ତି । ଏମାନେ କୌଣସି କାର୍ଯ୍ୟରୁ ନେଇ ନିରାଶ ହୋଇ ନଥାନ୍ତି । ଅସୁବିଧା ସମୟରେ ମଧ୍ୟ ଏଭଳି ବ୍ୟକ୍ତି ନର୍ଭସ ହୋଇ ନଥାନ୍ତି । ଏହିଭଳି ବ୍ୟକ୍ତି ଅଧିକ କଥା ବାର୍ତ୍ତା କରନ୍ତି । ଏମାନେ ଖୋଲା ବିଚାରର ହୋଇଥାନ୍ତି ଏବଂ କୌଣସି କାର୍ଯ୍ୟକୁ ହୃଦୟକୁ ନିଅନ୍ତି ନାହିଁ । ଏହା ସହିତ ଏମାନେ ନିଜ ସୁନ୍ଦରତାକୁ ନେଇ ସଜାଗ ରହିଥାନ୍ତି ଏବଂ ଖାଇବାରେ ସୌକ ରଖିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More